ବଲାଙ୍ଗୀର ଜେଲ୍‌ରେ ଧଳସାମନ୍ତର ଆଧିପତ୍ୟ

Advertisment

ସ୍ୱତନ୍ତ୍ର ରୋଷେଇ କରି ଖାଇବା ଦେଉଛନ୍ତି, ଲିଙ୍କ୍‌ରେ ବଲାଙ୍ଗୀରର କେଉଁମାନେ?

ସ୍ୱତନ୍ତ୍ର ରୋଷେଇ କରି ଖାଇବା ଦେଉଛନ୍ତି, ଲିଙ୍କ୍‌ରେ ବଲାଙ୍ଗୀରର କେଉଁମାନେ?

ସୁପ୍ରିମକୋର୍ଟରେ ସୁଶାନ୍ତ ଧଳସାମନ୍ତ ଜାମିନ ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ୍‌, ୨ ସପ୍ତାହ ମଧ୍ୟରେ ଜବାବ ତଲବ

Sambad English

ବଲାଙ୍ଗୀର : କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟର୍‌ ସୁଶାନ୍ତ ଧଳସାମନ୍ତ ବଲାଙ୍ଗୀର ଜେଲରେ କ’ଣ ସବୁ କରୁଥିଲା, ତାହାର ଗୁମର ଖୋଲିବାରେ ଲାଗିଛି। ସୁଶାନ୍ତ ପାଇଁ ସ୍ୱତନ୍ତ୍ର ରୋଷେଇର ବ୍ୟବସ୍ଥା ହେଉଥିଲା। ଜେଲ୍‌ ଭିତରେ ଥିବା ଅନ୍ୟ କଏଦୀ ତା’ ପାଇଁ ରୋଷେଇ କରୁଥିଲେ। ଏପରିକି ଜେଲରେ ସେ ଫୋନ୍‌ ବ୍ୟବହାର କରି ମନଇଚ୍ଛା ବିଭିନ୍ନ ଲୋକଙ୍କ ସହ ଗପୁଥିଲା। ମୋବାଇଲ ଫୋନ୍‌ ବି ରଖିଥିବା କୁହାଯାଉଛି। ଏବେ ରାଜ୍ୟ ପୁଲିସ ଡି’ ବ୍ରଦର୍ସ ଘର ଉପରେ ଚଢ଼ଉ କରି ବିପୁଳ ପରିମାଣର ଗୁଳି, ବନ୍ଧୁକ ଜବତ କରିବା ପରେ ବଲାଙ୍ଗୀର ଜିଲ୍ଲା କାରାଗାର ଭିତରେ କ’ଣ ସବୁ ଚାଲୁଛି, ତାହା ପଦାରେ ପଡ଼ିଛି। ଜେଲ୍‌ ଭିତରେ ସ୍ୱତନ୍ତ୍ର ରୋଷେଇ ହେଉଥିବା କଥାକୁ ବି ଜେଲ ଅଧୀକ୍ଷକ ପରୋକ୍ଷରେ ସ୍ୱୀକାର କଲେଣି। ଜେଲ୍‌ ଅଧୀକ୍ଷକ ଗଣମାଧ୍ୟମକୁ ସ୍ପଷ୍ଟୀକରଣରେ କହିଛନ୍ତି, ଭିତରେ ସର୍ଦ୍ଦାରମାନେ କେତେବେଳେ କେମିତି ରୋଷେଇ କରିଥା’ନ୍ତି। ସେମାନେ ଯଦି ଖାଇବା ଦେଇଥିବେ, କହିହେବନି ବୋଲି କହିଛନ୍ତି। ଏହି ପଦକ କଥା ହିଁ ସବୁ ଅଭିଯୋଗର ସତ୍ୟତା ସାମ୍ନାକୁ ଆଣିଛି।

ମିଳିଥିବା ସୂଚନା ଅନୁସାରେ, ସୁଶାନ୍ତ ଧଳସାମନ୍ତ ପାଇଁ ଜେଲ୍‌ ଭିତରେ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି। ବାହାରୁ ବି ଖାଇବା ତା’ ପାଖକୁ ଯାଉଛି। ବଲାଙ୍ଗୀର ଜିଲ୍ଲାରେ ବି ତା’ର କିଛି ସହଯୋଗୀ ରହିଛନ୍ତି। ସେମାନେ ସବୁପ୍ରକାର ବ୍ୟବସ୍ଥା କରୁଛନ୍ତି। ଖାଇବାଠାରୁ ନେଇ ଅନ୍ୟ ସବୁ ବ୍ୟବସ୍ଥା କରୁଛନ୍ତି। ଦୁର୍ଦ୍ଦାନ୍ତ, ଗ୍ୟାଙ୍ଗଷ୍ଟର୍‌ ହୋଇଥିବାରୁ ଜେଲ ଅଧିକାରୀ ଓ କର୍ମଚାରୀ ବି ତା’ ବିରୋଧରେ କିଛି କରିବାକୁ ଭୟ କରୁଛନ୍ତି। ଏଣୁ ପୂରା ଆରାମରେ ସୁଶାନ୍ତ ଧଳସାମନ୍ତ ଦିନ କାଟୁଥିବା ଜଣାପଡ଼ିଛି। ଏପରିକି କୋର୍ଟ ଯିବା ସମୟରେ ବି ବେଶ୍‌ ଆରାମରେ ସେ ଯାଉଥିବା ଦେଖିବାକୁ ମିଳୁଛି। ରାସ୍ତାଘାଟରେ ଯିବା ସମୟରେ ବି ତା’ ଲୋକ ତାକୁ ଭେଟୁଥିବା କୁହାଯାଉଛି। ଜେଲ ଭିତରେ ଥିବା ଫୋନ୍‌କୁ ସେ ଅଧିକ ସମୟ ବ୍ୟବହାର କରୁଥିବା ନିକଟରେ ଜେଲରୁ ବାହାରିଥିବା କିଛି ବିଚାରାଧୀନ ଅଭିଯୁକ୍ତ ସୂଚନା ଦେଇଛନ୍ତି। ଏପରିକି ଲୁଚାଛପାରେ ଅନେକ କଏଦୀ ମୋବାଇଲ ଫୋନ ବି ବ୍ୟବହାର କରୁଛନ୍ତି। ଏଣୁ ଧଳସାମନ୍ତ ବି ମୋବାଇଲ ଫୋନ ଅନ୍ୟ କଏଦୀଙ୍କୁ ଦେଇ ବ୍ୟବହାର କରୁଥିବା ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ଏସବୁ ଅଭିଯୋଗରେ ସତ୍ୟତା ନଥିବା ଜେଲ ଅଧୀକ୍ଷକ କହୁଥିଲେ ବି ଡି’ ବ୍ରଦର୍ସ ଘରୁ ଯାହା ସାମଗ୍ରୀ ବାହାରିଲାଣି, ସେଥିରୁ ଅଧୀକ୍ଷକଙ୍କ ବୟାନକୁ କେହି ବିଶ୍ୱାସକୁ ନେଉନାହାନ୍ତି। ସୁଶାନ୍ତ ଧଳସାମନ୍ତ ନିଶ୍ଚିତ ଭାବରେ ଜେଲ ଭିତରୁ ହିଁ ସବୁ କଳା କାରବାର ଅପରେଟିଂ କରୁଥିବା ସନ୍ଦେହ କରାଯାଉଛି। ଏପଟେ ଜେଲ୍‌ ଅଧୀକ୍ଷକ ଉର୍ମିଳା ମିଞ୍ଜ କହିଛନ୍ତି, ସୁଶାନ୍ତ ଧଳସାମନ୍ତ ନାଁରେ କିଛି ଅଭିଯୋଗ ନାହିଁ। ବାହାରେ ସେ ଗ୍ୟାଙ୍ଗଷ୍ଟର୍‌ ହୋଇଥାଇପାରେ। ହେଲେ ଭିତରେ ଅନ୍ୟ ସାଧାରଣ କଏଦୀଙ୍କ ଭଳି ରହୁଛି। ପାଳି ଓଳି କରି କଏଦୀଙ୍କ ପାଇଁ ଥିବା ଫୋନ୍‌ରେ ସେ ବାପା ଓ ତାଙ୍କ ଓକିଲ ସହ କଥା ହୋଇଥାଏ। ତାକୁ କୌଣସି ଭିଆଇପି ଟ୍ରିଟ୍‌ମେଣ୍ଟ ଦିଆଯାଉନି। ଜେଲ୍‌ ଭିତରେ ଆମର ସର୍ଦ୍ଦାରମାନେ ନିଜ ପାଇଁ ଖାଇବା କରିଥା’ନ୍ତି। କେତେବେଳେ କେମିତି ଯଦି ସେମାନେ ଖାଇବା ପିଇବା କିଛି ଏକ୍ସଟ୍ରା କରି ଦେଇଥିବେ କହିହେବନି ବୋଲି ଅଧୀକ୍ଷକ କହିଛନ୍ତି।

ରାଜ୍ୟରେ ଏବେ ଡି’ ବ୍ରଦର୍ସଙ୍କ କାରନାମା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବଲାଙ୍ଗୀର ଜିଲ୍ଲା କାରାଗାର ବି ଚର୍ଚ୍ଚାର ପରିସରକୁ ଆସିଛି। ଆଗାମୀ ଦିନରେ ଡି’ ବ୍ରଦର୍ସ ରିମାଣ୍ଡରେ ଯିବା ପରେ ଜେଲ ଭିତରୁ କେମିତି ସବୁ ଅପରେଟିଂ ହେଉଥିଲା, ତାହାର ପର୍ଦ୍ଦାଫାସ ହୋଇପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe