ସୁନା ବଜାରରେ ଧନ୍‌ତେରସ୍‌ ଉତ୍ସାହ: ବିକ୍ରି ନେଇ ଗହଣା ବ୍ୟବସାୟୀ ଆଶାବାଦୀ

Advertisment

ଧନ୍‌ତେରସ୍‌ ଓ ଦୀପାବଳିକୁ ନେଇ ରାଜଧାନୀ ସୁନା ବଜାରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ଗହଣା ପ୍ରତିଷ୍ଠାନଗୁଡ଼ିକ ଲୋଭନୀୟ ଅଫର ଘୋଷଣା କରିଥିବାରୁ ସୁନା କିଣିବା ଲାଗି ବର୍ତ୍ତମାନ ସମୟ ବେଶ୍ ଆକର୍ଷଣୀୟ ହୋଇପଡ଼ିଛି।

ଧନ୍‌ତେରସ୍‌ ଓ ଦୀପାବଳିକୁ ନେଇ ରାଜଧାନୀ ସୁନା ବଜାରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ଗହଣା ପ୍ରତିଷ୍ଠାନଗୁଡ଼ିକ ଲୋଭନୀୟ ଅଫର ଘୋଷଣା କରିଥିବାରୁ ସୁନା କିଣିବା ଲାଗି ବର୍ତ୍ତମାନ ସମୟ ବେଶ୍ ଆକର୍ଷଣୀୟ ହୋଇପଡ଼ିଛି।

gold

ଭୁବନେଶ୍ବର: c ଏଥର ଧନ୍‌ତେରସ୍‌ରେ ବହୁତ ଭଲ ବେପାର ହେବ ବୋଲି ଗହଣା ବ୍ୟବସାୟୀମାନେ ଆଶା ପ୍ରକଟ କରିଛନ୍ତି। ଧନ୍‌ତେରସ୍‌ରେ ସୁନା ଓ ଧାତବ ପଦାର୍ଥ କିଣିଲେ ଘରର ସମୃଦ୍ଧି ବଢ଼ିଥାଏ ବୋଲି ରହିଥିବା ବିଶ୍ବାସକୁ ଆଧାର କରି ଗହଣା ପ୍ରତିଷ୍ଠାନଗୁଡ଼ିକ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ଗଢ଼ା ମଜୁରିରେ ରିହାତି, ସୁନାର ଗ୍ରାମ ପିଛା ଫ୍ଲାଟ୍‌ ରିହାତି, ପୁରୁଣା ସୁନା ବଦଳରେ ନୂଆ ଗହଣା ନେବା, କ୍ୟାସ୍‌ବ୍ୟାକ୍, ଗିଫ୍ଟ ଭାଉଚର୍‌ ଭଳି ଅଫର ଘୋଷଣା ହୋଇଛି ଯାହା ଗ୍ରାହକମାନଙ୍କୁ ସୋ’ରୁମ୍‌କୁ ଟାଣୁଛି। କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ବିପୁଳ ପରିମାଣର ଉପହାର ସାମଗ୍ରୀ ମଧ୍ୟ କିଣୁଛନ୍ତି।

ବିକ୍ରି ନେଇ ଗହଣା ବ୍ୟବସାୟୀ ଆଶାବାଦୀ
ଗ୍ରାହକଙ୍କୁ ଟାଣୁଛି ‌ଆକର୍ଷଣୀୟ ଅଫର

ଚଳିତ ବର୍ଷ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୩ ହଜାର ଟଙ୍କା ପାଖାପାଖି ରହିଛି। ଗତବର୍ଷ ତୁଳନାରେ ତାହା ୩୦ ପ୍ରତିଶତ ଅଧିକ। ଅର୍ଥାତ ଯେଉଁମାନେ ଗତବର୍ଷ ସୁନା କିଣିଥିଲେ ସେମାନେ ଏବେ ୩୦ ପ୍ରତିଶତ ଭଳି ଉଚ୍ଚ ରିଟର୍ଣ୍ଣ ପାଇବେ। ଅନ୍ୟ ପକ୍ଷରେ ଆଗାମୀ ଦିନରେ ସୁନା ଆହୁରି ମହଙ୍ଗା ହେବାର ଆଶଙ୍କା ରହିଥିବାରୁ ଗ୍ରାହକମାନେ ଏବେଠାରୁ ନିଜ ଆବଶ୍ୟକତାର ଗହଣା କିଣିନେବାକୁ ଚାହୁଛନ୍ତି। ସେଥିପାଇଁ ଏଥର ବେପାର ବହୁତ ଭଲ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ସୁନାକୁ ଲୋକମାନେ ନିବେଶର ଏକ ମାଧ୍ୟମ ଭାବେ ମଧ୍ୟ ଦେଖୁଛନ୍ତି। ଏହା ଯେଉଁଭଳି ଉଚ୍ଚ ରିଟର୍ଣ୍ଣ ପ୍ରଦାନ କରୁଛି ତାହା ଲୋକମାନଙ୍କୁ ଟାଣୁଛି। ନିବେଶ ଉଦ୍ଦେଶ୍ୟରେ ସୁନା କିଣିବାକୁ ଚାହୁଥିବା ଗ୍ରାହକମାନେ ବାର୍ ଓ କଏନ୍ ଆଦି କିଣୁଛନ୍ତି। ଆଗାମୀ ବଡ଼ ବିବାହ ଋତୁ ଆସୁଥିବାରୁ ସାଧାରଣ ବର୍ଗର ଗ୍ରାହକମାନଙ୍କ ଲାଗି ବିବାହ ସପିଂ କରିବାର ମଧ୍ୟ ବଡ଼ ସୁଯୋଗ ଆସିଛି। ଗହଣା ପ୍ରତିଷ୍ଠାନଗୁଡ଼ିକ ଘୋଷଣା କରିଥିବା ଅଫରର ଲାଭ ଉଠାଇ ସେମାନେ ସପିଙ୍ଗ କରିବା ଲାଗି ସୋ’ରୁମ୍‌ରେ ଭିଡ଼ ଲଗାଉଛନ୍ତି। ଧନ୍‌ତେରସ୍‌ରେ ଏହି ଭିଡ଼ ପ୍ରବଳ ହେବ ବୋଲି ଆଶା କରାଯାଉଛି। 

ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ସୋ’ରୁମ୍‌ଗୁଡ଼ିକରେ ବ୍ୟାପକ ଗହଣାର ସମ୍ଭାର ଭର୍ତ୍ତି କରିଦିଆଯାଇଛି। ଏଥିସହିତ ନୂଆ ନୂଆ ସମ୍ଭାର ମଧ୍ୟ ଉନ୍ମୋଚନ କରାଯାଇଛି। ନିତିଦିନିଆ ପିନ୍ଧିବାକୁ ଚାହୁଥିବା ଗ୍ରାହକମାନଙ୍କ ଲାଗି ହାଲୁକା ଗହଣାଠାରୁ ଆରମ୍ଭ କରି ବିବାହ ଲାଗି ୱେଡିଂ କଲେକ୍ସନ ଭଳି ଭାରି ଗହଣା ମଧ୍ୟ ରହିଛି। ଏଥର ବଜାରରେ ଅଧିକାଂଶ ଗହଣା ପ୍ରତିଷ୍ଠାନ ପୁରୁଣା ସୁନା ବଦଳ ଉପରେ ୧୦୦ ପ୍ରତିଶତ ମୂଲ୍ୟ ଦେବାକୁ ଘୋଷଣା କରିଛନ୍ତି। ପୁରୁଣା ସୁନା ବଦଳ କରି ନିଜ ଗହଣାକୁ ଅପ୍‌ଗ୍ରେଡ୍ କରିବା ଲାଗି ଏହା ଗ୍ରାହକମାନଙ୍କୁ ସୁଯୋଗ ପ୍ରଦାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe