କମନ୍‌ ସର୍ଭିସ୍‌ ସେଣ୍ଟର୍‌ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ

Advertisment
କମନ୍‌ ସର୍ଭିସ୍‌ ସେଣ୍ଟର୍‌ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ପଳାସପଲ୍ଲୀଠାରେ ଥିବା କେନ୍ଦ୍ର ସରକାରଙ୍କ କମନ୍‌ ସର୍ଭିସ୍‌ ସେଣ୍ଟର୍‌(ସିଏସ୍‌ସି) ଆଜି ପରିଦର୍ଶନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ତ୍ରୀ ସ୍ୱାଭିମାନ୍‌ ବ୍ରାଣ୍ଡ୍‌ର କମ୍‌ ମୂଲ୍ୟରେ ଉଚ୍ଚ ଗୁଣବତାର ସାନିଟାରି ନାପ୍‌କିନ୍‌ ପ୍ରସ୍ତୁତ କରୁଥିବା ମହିଳାମାନଙ୍କ ସହ ସେ ଆଲୋଚନା କରିଥିଲେ। ସିଏସ୍‌ସିର ପ୍ରସ୍ତୁତ ସାନିଟାରି ନାପ୍‌କିନ୍‌କୁ ସବୁ ପେଟ୍ରୋଲ୍‌ ପମ୍ପ ଓ ଖୁଚୁରା ଦୋକାନରେ ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାରେ ଏବେ ୧୧ ହଜାର କମନ୍‌ ସର୍ଭିସ୍‌ ସେଣ୍ଟର୍‌ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିଛି। ଏହା ସାଧାରଣ ଜନତାଙ୍କୁ ଡିଜିଟାଲ୍‌ ଓ ଅନ୍ୟାନ୍ୟ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍‌ ସଶକ୍ତ ଭାରତର ସ୍ୱପ୍ନ ସାକାର ପାଇଁ ସିଏସ୍‌ସିର ଭୂମିକାକୁ ସେ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe