ଧଉଳି କଳା ମହୋତ୍ସବ ଉଦ୍‌ଯାପିତ: ନିଖିଳ ଚନ୍ଦ୍ର ଦାସଙ୍କୁ ବିଶ୍ୱକଳା ସମ୍ମାନ

Advertisment
ଧଉଳି କଳା ମହୋତ୍ସବ ଉଦ୍‌ଯାପିତ: ନିଖିଳ ଚନ୍ଦ୍ର ଦାସଙ୍କୁ ବିଶ୍ୱକଳା ସମ୍ମାନ

ଭୁବନେଶ୍ୱର: ଧଉଳି ଶାନ୍ତିସ୍ତୂପଠାରେ ଚାଲିଥିବା ଅନ୍ତର୍ଜାତୀୟ ଧଉଳି କଳା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ସାଂସଦ ପ୍ରଶାନ୍ତ ନନ୍ଦ ମୁଖ୍ୟ ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଚଳଚ୍ଚିତ୍ର ନିର୍ମାତା ସୁବାସ ରଥ ଓ କମଳିନୀ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ‌ ଦେଇ ଚିତ୍ରଶିଳ୍ପୀମାନଙ୍କ କଳାକୃତିର ପ୍ରଶଂସା କରିଥିଲେ। ରଙ୍ଗର ଏହି କାର୍ଯ୍ୟକ୍ରମ ମଣିଷର ବେଦନାକୁ ପ୍ରଶମିତ କରେ ବୋଲି ଅତିଥିମାନେ କହିଥିଲେ। ଶିବିରର ଶ୍ରେଷ୍ଠ କଳାକୃତି ଏବଂ ଜୀବନବ୍ୟାପୀ ସାଧନା ପାଇଁ ବାଲାଂଦେଶର ପ୍ରସିଦ୍ଧ ଚିତ୍ରଶିଳ୍ପୀ ନିଖିଳ ଚନ୍ଦ୍ର ଦାସଙ୍କୁ ବିଶ୍ୱକଳା ସମ୍ମାନ ପ୍ରଦାନ କରାଯାଇଥିଲା।

ପରେ କୋରିଆରୁ କିମ୍ ୟାଙ୍ଗ ସୁଙ୍ଗ, ଦେବେନ୍ଦ୍ର ମହାରଣା, ପ୍ରିୟଦର୍ଶିନୀ ମହାନ୍ତି ଓ ବରିଷ୍ଠ ଶିଳ୍ପୀ ଟୁନେନ୍ଦ୍ର ପଟ୍ଟନାୟକଙ୍କୁ ଭୁବନେଶ୍ୱର କଳା ସମ୍ମାନ ଏବଂ ଓହିଦୁଲ ଇସ୍‌ଲାମ, ମୃତ୍ୟୁଞ୍ଜୟ ବାରିକ, ମନୋଜ ସାହୁ, ଚିନ୍ମୟୀ ରଥ, ବିଜୟ ପରିଡ଼ା, କୃପାସିନ୍ଧୁ ବାରିକ ପ୍ରମୁଖଙ୍କୁ ଶ୍ରେଷ୍ଠ କୃତି ପାଇଁ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବଲିଉଡ୍‌ର ସ୍ୱର ସଂଯୋଜକ ଅଭିଷେକ ଆନନ୍ଦଙ୍କ ସୁନ୍ଦର ପରିଚାଳନା ଦର୍ଶକଙ୍କୁ ଅଭିହିତ କରିଥିଲା। ପରେ ମହାବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe