ଧଉଳି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ୫ ସ୍କାଏ ଲାଇଟ୍‌ ଅଚଳ

Advertisment
ଧଉଳି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ୫ ସ୍କାଏ ଲାଇଟ୍‌ ଅଚଳ

Bhubaneswar Buzz

ଧଉଳି: ଧଉଳି ଲାଇଟ ଆଣ୍ଡ ସାଉଣ୍ଡ ସୋ’ ପ୍ରଦର୍ଶନରେ ବ୍ୟବହୃତ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କାର ୫ଟି ସ୍କାଏ ଲାଇଟ ଦୀର୍ଘ ଦିନ ହେଲା ଅଚଳ ହୋଇପଡ଼ିଛି। ଇତିମଧ୍ୟରେ ୪ ମାସ ବିତି ଯାଇଥିଲେ ମଧ୍ୟ ଲାଇଟ ଆଣ୍ଡ ସାଉଣ୍ଡ ସୋ’ ପରିଚାଳନା ଦାୟିତ୍ବରେ ଥିବା ଦିଲ୍ଲୀସ୍ଥିତ ଘରୋଇ ଏଜେନ୍ସି ଏହି ତ୍ରୁଟି ସଜାଡ଼ିବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି। କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରୁଥିବା ଉପରୋକ୍ତ ଲାଇଟ୍‌ଗୁଡ଼ିକ ମରାମତି ହେବ କହି ସଂସ୍ଥା ଦିନ ଗଡ଼ାଇ ଚାଲିଥିବାରୁ ସୋ’ ଦେଖିବାକୁ ଆସୁଥିବା ଦର୍ଶକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ତ୍ରୁଟି ସୁଧାରିବା ଦିଗରେ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe