ଧଉଳି ଚାରୁକଳା ମହାବିଦ୍ୟାଳୟରେ ‘ଆର୍ଟିଷ୍ଟ ମିଟ୍‌’

ଧଉଳି ଚାରୁକଳା ମହାବିଦ୍ୟାଳୟରେ ‘ଆର୍ଟିଷ୍ଟ ମିଟ୍‌’

ଭୁବନେଶ୍ୱର: ଧଉଳି ଚାରୁକଳା ମହାବିଦ୍ୟାଳୟ ପକ୍ଷରୁ ‘ଆର୍ଟିଷ୍ଟ୍‍ ମିଟ୍‌’ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ଦିଲ୍ଲୀର ବିଶିଷ୍ଟ ଚିତ୍ରଶିଳ୍ପୀ ତପନ ଦାସ ଓ ଅନୁପ ଚାନ୍ଦ ଅତିଥି କଳାକାର ରୂପେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ଶ୍ରୀ ଚାନ୍ଦଙ୍କ ଶିଳ୍ପ ଯାତ୍ରା ତଥା  ତାଙ୍କ ଦ୍ୱାରା ଅଙ୍କିତ ଚିତ୍ରଗୁଡ଼ିକର ସ୍ଲାଇଡ୍‌ ସୋ’ ପ୍ରଦର୍ଶନ କରାଯାଇଥିଲା।  ଏହି ଅବସରରେ ଛାତ୍ରଛାତ୍ରୀମାନେ ପ୍ରଶ୍ନୋତ୍ତର ମାଧ୍ୟମରେ ଉଭୟ ଶିଳ୍ପୀଙ୍କଠୁ ଅନେକ କଥା ଜାଣିବାର ସୁଯୋଗ ଲାଭ କରିଥିଲେ। ଶିଳ୍ପୀ ଶ୍ରୀ ଦାସ କାର୍ଯ୍ୟକ୍ରମ ଅବସରରେ ନିଜ ଶୈଳୀରେ ଚିତ୍ର ଅଙ୍କନ କରି ପିଲାମାନଙ୍କୁ ଦେଖାଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଚନ୍ଦନ କୁମାର ସାମଲ, ବିଶ୍ୱକାନ୍ତ ପଣ୍ଡା, ମାନସ ରଂଜନ ନାୟକ, ସସ୍ମିତା କାମିଳା, ସୁବାସ ନାୟକ ଓ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe