ଅଲିମ୍ପିକ୍ସରେ ଭାରତର ସର୍ବକନିଷ୍ଠ କ୍ରୀଡ଼ାବିତ୍‌ ଧୀନିଧି

Advertisment
ଅଲିମ୍ପିକ୍ସରେ ଭାରତର ସର୍ବକନିଷ୍ଠ କ୍ରୀଡ଼ାବିତ୍‌ ଧୀନିଧି

ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ୧୧୭ ଜଣିଆ ଭାରତୀୟ ଦଳରେ ବେଙ୍ଗାଲୁରୁର ୧୪ ବର୍ଷୀୟା ଧୀନିଧି ଦେସିଙ୍ଘୁ ସର୍ବକନିଷ୍ଠ କ୍ରୀଡ଼ାବିତ୍‌ ଆଖ୍ୟା ପାଇଛନ୍ତି। ଧୀନିଧି ମହିଳା ସନ୍ତରଣର ୨୦୦ ମିଟର ଫ୍ରିଷ୍ଟାଇଲ୍‌ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା କରିବେ। ତେବେ ଜୁଲାଇ ୨୮ ତାରିଖରେ ପ୍ୟାରିସ୍‌ ଲା ଡିଫେନ୍ସ ଏରିନାରେ ହେବାକୁଥିବା ସନ୍ତରଣ ପ୍ରତିଯୋଗିତାରେ ଧୀନିଧି ଅଂଶଗ୍ରହଣ କରିବା ପରେ ଭାରତୀୟ ଅଲିମ୍ପିକ୍‌ ଇତିହାସରେ ଦ୍ବିତୀୟ ସର୍ବକନିଷ୍ଠ ଖେଳାଳି ହୋଇଯିବେ। ୧୯୫୨ରେ ହେଲ୍‌ସିଙ୍କି ଅଲିମ୍ପିକ୍ସରେ ଭାରତର ଆରତି ସାହା ୧୧ ବର୍ଷ ବୟସରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଆରତୀ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ଅଂଶଗ୍ରହଣ କରିଥିଲେ।

ବେଙ୍ଗାଲୁରୁର କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀରେ ପଢ଼ୁଥିବା ଧୀନିଧି ଅଲିମ୍ପିକ୍ସରେ ପଦକ ଆଣନ୍ତୁ କି ନଆଣନ୍ତୁ, କିନ୍ତୁ ସେ ଭଲ ପ୍ରଦର୍ଶନ କରନ୍ତୁ ବୋଲି ତାଙ୍କ ମା’ ଜସିଥା ଆଶା ରଖିଛନ୍ତି। ଗତବର୍ଷ ହାଇଦ୍ରାବାଦର ଗୋଚିବାୱଲିରେ ହୋଇଥିବା ଜାତୀୟ ଆକ୍ବାଟିକ୍ସ ଚାମ୍ପିଅନ୍‌ସିପ୍‌ରେ ସେ ୨:୦୪.୨୪ ସେକେଣ୍ଡ ସହ ଜାତୀୟ କୀର୍ତ୍ତିମାନ କରି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe