ଏମ୍ସ ଭୁବନେଶ୍ଵର ପକ୍ଷରୁ ୱାକାଥନ ମାଧ୍ୟମରେ ମଧୁମେହ ଚିକିତ୍ସା ସଚେତନତା

Advertisment
ଏମ୍ସ ଭୁବନେଶ୍ଵର ପକ୍ଷରୁ ୱାକାଥନ ମାଧ୍ୟମରେ ମଧୁମେହ ଚିକିତ୍ସା ସଚେତନତା

ଭୁବନେଶ୍ୱର: ମଧୁମେହ ରୋଗ ଏକ ମାରାତ୍ମକ ରୋଗ। ଜାଣତରେ ହେଉ ଅଥବା ଅଜାଣତରେ ଏପରିକି ଲୋକଙ୍କ ଅବହେଳା ଯୋଗୁଁ ଦେଶରେ କାହିଁକି ସମଗ୍ର ବିଶ୍ବରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବାକୁ ହେଲେ ଆମକୁ ଆମ ଶରୀରର ଯତ୍ନ ନେବାକୁ ହେବ। ଆମର ଦୈନନ୍ଦିନ ଚାଲିଚଳଣୀରେ ପରିବର୍ତ୍ତନ ଆଣିବାକୁ ହେବ। ଯଦି କେହି ମଧୁମେହ ରୋଗରେ ପୀଡ଼ିତ ଡାକ୍ତରଙ୍କ ପରାମର୍ଶ ସହ ନିୟମିତ ବ୍ୟାୟାମ କରିବା ଜରୁରୀ। ସମଗ୍ର ବିଶ୍ୱ ପାଇଁ ମଧୁମେହ ରୋଗ ସମ୍ପ୍ରତି ଚିନ୍ତାର କାରଣ ହୋଇଛି। ଏହାର ନିରାକରଣ ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଶ୍ଵବ୍ୟାପୀ ନଭେମ୍ବର ମାସରେ ପାଳନ ହେଉଥିବା ବିଶ୍ୱ ଡାଏବେଟିକ ଡେ ଅବସରରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ୱାକାଥନ ମାଧ୍ୟମରେ ମଧୁମେହ ଚିକିତ୍ସା ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି।

ଆଜି ସକାଳୁ ସିଜୁଆ ସ୍ଥିତ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ନିକଟରୁ ପଦଯାତ୍ରା ବାହାରି ଏମ୍ସ ପର୍ଯ୍ୟନ୍ତ ଯାଇଥିଲା। ଏହି ୱାକାଥନରେ ଏମ୍ସ ଭୁବନେଶ୍ୱରର ବହୁ କର୍ମଚାରୀ, ଡାକ୍ତର ଓ ନର୍ସ ସାମିଲ ହୋଇଥିଲେ। ବିଶ୍ୱ ମଧୁମେହ ଦିବସ ଅବସରରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ଲୋକଙ୍କ ମଧ୍ୟରେ ମଧୁମେହ ଭଳି ରୋଗରୁ ନିଜକୁ କିଭଳି ଦୁରେଇ ରଖାଯାଇପାରିବ ସେନେଇ ୱାକାଥାନ ଜରିଆରେ ସଚେତନ କରାଯାଇଥିଲା। ସେହିପରି ଗତକାଲି ମାଗଣା ରକ୍ତ ଓ ରକ୍ତଚାପ ସମେତ ମଧୁମେହ ଚିହ୍ନଟ ପରୀକ୍ଷା କରାଯାଇଥିଲା।
ୱାକାଥାନକୁ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଏମ୍ସ ଭୁବନେଶ୍ୱରର ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଓ ବିଭାଗୀୟ ମୁଖ୍ୟ ଡାକ୍ତର କିଶୋର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe