ବିଶ୍ବ ପାଚକ ଦିବସ: ନିରୂପଣ, ନିରାକରଣ କଲେ ଅନ୍ତଃନଳୀ କ୍ୟାନ୍‌ସରକୁ ଏଡ଼ାଯାଇପାରିବ

ବିଶ୍ବ ପାଚକ ଦିବସ: ନିରୂପଣ, ନିରାକରଣ କଲେ ଅନ୍ତଃନଳୀ କ୍ୟାନ୍‌ସରକୁ ଏଡ଼ାଯାଇପାରିବ

ଭୁବନେଶ୍ବର: ଗ୍ୟାଷ୍ଟ୍ରୋ ଓ ଲିଭର କେୟାର ଫାଉଣ୍ଡେସନ୍‌ ଓ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସ ପକ୍ଷରୁ ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସ କାର୍ଯ୍ୟାଳୟରେ ବିଶ୍ବ ପାଚକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନ୍ତଃନଳୀ କ୍ୟାନ୍‌ସର ସଂପର୍କରେ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ୟାଷ୍ଟ୍ରୋ ଏଣ୍ଟେରଲୋଜିଷ୍ଟ ତଥା କଳିଙ୍ଗ ଗ୍ୟାଷ୍ଟ୍ରୋ ଏଣ୍ଟେରଲୋଜି ଫାଉଣ୍ଡେସନର ଅଧ୍ୟକ୍ଷ ଡା. ଏସ୍‌.ପି ସିଂ ଯୋଗଦେଇ ଅନ୍ତନଳୀ କ୍ୟାନ୍‌ସର ବିଷୟ ଆଲୋଚନା କରି ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଗ୍ୟାଷ୍ଟ୍ରୋ ଓ ଲିଭର କେୟାର ଫାଉଣ୍ଡେସନର ଅଧ୍ୟକ୍ଷ ଡା. ମନୋଜ କୁମାର ଯୋଗଦେଇ କହିଲେ ଖାଦ୍ୟପେୟ, ଜୀବନଶୈଳୀ ବଦଳାଇବା ସହ ବେଶୀ ଲୁଣିଆ, ଚର୍ବିଜାତୀୟ ଖାଦ୍ୟ, ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହିଲେ ଅନ୍ତଃନଳୀ କ୍ୟାନ୍‌ସରକୁ ଏଡ଼ାଇ ପାରିବା।

କ୍ୟାନ୍‌ସରକୁ ସମୟ ପୂର୍ବରୁ ଜାଣି ଏହାର ସଠିକ୍‌ ଚିକିତ୍ସା କଲେ ଆମେ ଏକ ସୁସ୍ଥ ଜୀବନ ବଞ୍ଚିପାରିବା। ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସର ଯୁଗ୍ମ ସଂପାଦକ ମିହିର ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ଭୁବନେଶ୍ବରର ବିଭିନ୍ନ ବିଶ୍ବବିଦ୍ୟାଳୟର ୧୦୦ରୁ ଅଧିକ ସ୍କାଉଟ୍‌ସ, ଗାଇଡ୍‌, ରୋଭର, ରେଞ୍ଜର, ସ୍କାଉଟ୍‌ ମାଷ୍ଟର ଓ ଗାଇଡ କ୍ୟାପ୍‌ଟେନମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe