ଦିବ୍ୟାଙ୍ଗ କ୍ରିକେଟର୍‌ ବଳରାମଙ୍କୁ ସହାୟତା

Advertisment
ଦିବ୍ୟାଙ୍ଗ କ୍ରିକେଟର୍‌ ବଳରାମଙ୍କୁ ସହାୟତା

ଭୁବନେଶ୍ବର : ଅନ୍ତର୍ଜାତୀୟ ଦିବ୍ୟାଙ୍ଗ କ୍ରିକେଟର୍‌ ବଳରାମ ବସ୍ତିଆଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ସୁଜାତା ଜେନା। ସେ ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ଦଳର ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ବଳରାମଙ୍କୁ ଖେଳ ଉପକରଣ ଯୋଗାଇ ଦେଇଛନ୍ତି। ବଳରାମ ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ୍‌ ଦଳ ପକ୍ଷରୁ ଆଫ୍‌ଗାନିସ୍ତାନ ବିପକ୍ଷରେ ଦିନିକିଆ ‌ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ। ପେସାରେ ଅଟୋ ଚାଳକ ହୋଇଥିବାରୁ ଏଥିରୁ ମିଳୁଥିବା ରୋଜଗାରରେ ଖେଳ ଉପକରଣ କିଣିବା ମୋ ପାଇଁ କଷ୍ଟକର ଥିଲା। ଆଗକୁ ବିଶ୍ବକପ୍‌ ଥିବାରୁ ଭାରତୀୟ ଦଳରେ ସ୍ଥାନ ପାଇବା ଲାଗି ମୁଁ ପ୍ରସ୍ତୁତ ଚଲାଇଛି। ସୁଜାତା ମ୍ୟାଡମ୍‌ ଖେଳ ଉପକରଣ ଯୋଗାଇ ଦେଇଥିବାରୁ ମୋର କିଛିଟା ସମସ୍ୟା ସମାଧାନ ହୋଇଛି ବୋଲି ବଳରାମ କହିଛନ୍ତି। ସୁଜାତାଙ୍କ ଭଳି ଯଦି ଏହିପରି ଖେଳାଳିଙ୍କୁ ସାହାଯ୍ୟ କରନ୍ତି ତାହେଲେ ଓଡ଼ିଶାରୁ ଆହୁରି ଅନେକ ପ୍ରତିଭା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିପାରିବେ ବୋଲି ଓଡ଼ିଶା ଦିବ୍ୟlଙ୍ଗ କ୍ରିକେଟ ଅଧିନାୟକ ରାଖାଲ୍ କୁମାର ସେଠୀ କହିଛନ୍ତି। ଓଡ଼ିଶା ଦିବ୍ୟlଙ୍ଗ କ୍ରିକେଟ ସଂଘର ସମ୍ପାଦିକା ନମିତା ସାହୁ ଏବଂ ସଭାପତି କମଳା କାନ୍ତ ରଥ ବଳରାମଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁଜାତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe