ଭୁବନେଶ୍ବର : ‘ମୋତେ ନ୍ୟାୟ ଦରକାର। ଏଠି ସମସ୍ତେ ମିଶି ଏକାଠି ହୋଇ ଯାଇଛନ୍ତି। ମିଡିଆ ଆଗରେ ଟିକେ ତ ସତ କୁହ। ଫଳରେ ମୋତେ ନ୍ୟାୟ ମିଳିପାରିବ।’ ଏମିତି ଚିତ୍କାର କରୁଥାନ୍ତି ଅଭିଯୋଗକାରୀ ପୀଡ଼ିତା। ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିବା ବେଳେ ପୀଡ଼ିତା କହିଥିଲେ, ‘ମୋର ଆଉ କାହା ଉପରେ ବିଶ୍ବାସ ହେଉନାହିଁ। ଦୁଇ ମାସ ତଳୁ ପୁଲିସ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସୁରେଶଙ୍କୁ ଗିରଫ ନ କରିବା ପାଇଁ ମନ୍ତ୍ରୀ, ବିଭାଗୀୟ ଅଧିକାରୀଙ୍କ ଚାପ ରହୁଛି। ଦୁଇ ମାସ ହେଲାଣି ମୁଁ ଭୀଷଣ ମାନସିକ ଚାପରେ ରହୁଛି। ଅଭିଯୋଗ ଉଠାଇ ନେବା ପାଇଁ ପରୋକ୍ଷରେ ମୋ ଉପରେ ଚାପ ମଧ୍ୟ ପଡୁଛି।’ ଆଜି ସେ ନ୍ୟାୟ ପାଇଁ ଏମିତି ଚିତ୍କାର କରୁଥିବାବେଳେ ଖବର ପାଇ କିଛି ପୂର୍ବତନ କର୍ମଚାରୀ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଜଣେ ପୂର୍ବତନ କର୍ମଚାରୀ ହାସିନା ବେଗମ୍ ଗଣମାଧ୍ୟମ ଆଗରେ କହିଥିଲେ ଯେ ଯିଏ ଏମିତି ଦୋଷ କରିଛି, ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ମାମଲା : ନ୍ୟାୟ ପାଇଁ ଚିତ୍କାର କଲେ ପୀଡ଼ିତା
Advertisment
Follow Us