ନବୀନ ନିବାସ ଆଗରେ ବିଷ ପିଇ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ

Advertisment
ନବୀନ ନିବାସ ଆଗରେ ବିଷ ପିଇ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ

ପୁରୁଣା ଭୁବନେଶ୍ବର : ୧୧ ବର୍ଷ ହେଲା ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଦୋକାନ ଘରଟିଏ ମାଗି ମାଗି ହତାଶ ହେବା ପରେ ଆଜି ଜଣେ ଦିବ୍ୟାଙ୍ଗ ନବୀନ ନିବାସ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଦୃଷ୍ଟିଶକ୍ତିବାଧିତ ଏହି ଦିବ୍ୟାଙ୍ଗ ହେଲେ ଡୁମୁଡୁମା ରଘୁନାଥନଗରର ପରୀକ୍ଷିତ ସାହୁ। ସୁରକ୍ଷାକର୍ମୀମାନେ ତାଙ୍କ ଆବେଦନପତ୍ର ରଖି ତାଙ୍କୁ ବୁଝାସୁଝା କରି ଫେରାଇ ଦେଇଛନ୍ତି। ଘଟଣାଟି ଆଜି ରାଜଧାନୀରେ ଚର୍ଚ୍ଚର ବିଷୟ ହୋଇଛି।

ପରୀକ୍ଷିତଙ୍କ ଅଭିଯୋଗ ଅନୁସାରେ ୨୦୧୦ ମସିହାରୁ ସେ ରାଜପଥ କଡ଼ରେ ଗୁପ୍‌ଚୁପ୍ ବିକ୍ରି କରୁଛନ୍ତି। ହେଲେ ବାରମ୍ବାର ବିଏମ୍‌ସି ତାଙ୍କ ରାସ୍ତାକଡ଼ ଦୋକାନ ଭାଙ୍ଗି ଦେଉଛି। ତେଣୁ ସେ ୧୧ବର୍ଷ ହେଲା ଭେଣ୍ଡିଙ୍ଗ୍ ଜୋନ୍‌ରେ ଗୋଟିଏ ଦୋକାନ ଘର ପାଇଁ ବିଏମ୍‌ସି ଅଫିସକୁ ଧାଉଁଛନ୍ତି। ଥରେ ତାଙ୍କୁ ଏକ ଅପନ୍ତରା ସ୍ଥାନରେ ବିଏମ୍‌ସି ଦୋକାନ ଘର ଦେଲା। ତେଣୁ ସେ ଅନ୍ୟ ସ୍ଥାନ ପାଇଁ ଗୁହାରି କରିଥିଲେ। କମିସନର, ଲ୍ୟାଣ୍ଡ୍‌ ଅଫିସର, ସାଧାରଣ ପ୍ରଶାସନ ବିଭାଗ, ପରିବହନ ବିଭାଗ, ସ୍ଥାନୀୟ ବିଧାୟକଙ୍କ ପାଖକୁ ଯାଇଥିଲେ। ହେଲେ ଏବେ ଆଉ ଭେଣ୍ଡିଙ୍ଗ୍‌ ଜୋନ୍‌ ମିଳିବନି ବୋଲି ବିଏମ୍‌ସି ପକ୍ଷରୁ ତାଙ୍କୁ କୁହାଗଲା। ସେହିଭଳି ଗତବର୍ଷ ଉଠା ଦୋକାନୀଙ୍କୁ ୧୦ହଜାର ଟଙ୍କା ସହାୟତା ମିଳିବ କହି ତାଙ୍କଠାରୁ ସବୁ କାଗଜପତ୍ର ନେଲେ। ହେଲେ ତାଙ୍କୁ ଟଙ୍କା ମିଳିଲାନାହିଁ। ଏଥର ମଧ୍ୟ ତାଙ୍କୁ ମିଳିବାକୁ ଥିବା ୩ ହଜାର ଟଙ୍କା ଦିଆଗଲା ନାହିଁ। ତେଣୁ ବାଧ୍ୟ ହୋଇ ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe