ଏକାମ୍ରକ୍ଷେତ୍ରରେ ହେଲା ନାହିଁ ପୟା ଶ୍ରାଦ୍ଧ

Advertisment
ଏକାମ୍ରକ୍ଷେତ୍ରରେ ହେଲା ନାହିଁ ପୟା ଶ୍ରାଦ୍ଧ

Telegraph India

ପୁରୁଣା ଭୁବନେଶ୍ୱର : ଦୀପାବଳି ଓ ପୟା ଶ୍ରାଦ୍ଧ ପାଇଁ ଚଳଚଞ୍ଚଳ ନଥିଲା ଏକାମ୍ର କ୍ଷେତ୍ର। ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଆସୁଥିବା ବେଳେ ଚଳିତବର୍ଷ କାଁ ଭାଁ ଶ୍ରଦ୍ଧାଳୁ ବିନ୍ଦୁସାଗର କୂଳରେ ପତୃ ପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। କରୋନା କଟକଣା ଯୋଗୁଁ ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ, ବିନ୍ଦୁସାଗର କୂଳ ଓ ମନ୍ଦିରକୁ ସର୍ବସାଧାରଣ ପ୍ରବେଶ ନେଇ ବିଏମ୍‌ସିର କଟକଣା ରହିଥିବାରୁ ଏଠାରେ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିନଥିଲା। ଏଠାରେ ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ଗୋଟିଏ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇ ପ୍ରବେଶ ପାଇଁ ବାରଣ କରିଥିଲେ। ଏହା ଯୋଗୁଁ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ସାମନ୍ତରାପୁର ସୂକ୍ଷ୍ମେଶ୍ୱର ମନ୍ଦିର ନିକଟ ଗୟାକୁଣ୍ଡ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ସେଠାରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରିବା ସହ ବଡ଼ବଡ଼ୁଆଙ୍କୁ ଡାକିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe