ଡ୍ରେନ୍‌ରୁ ଡିଜେଲ ସଂଗ୍ରହ ପାଇଁ ଭିଡ଼

ଡ୍ରେନ୍‌ରୁ ଡିଜେଲ ସଂଗ୍ରହ ପାଇଁ ଭିଡ଼

ଭୁବନେଶ୍ୱର : ଜୟଦେବ ବିହାର ଫ୍ଲାଏଓଭର ପାର୍ଶ୍ୱ ଡ୍ରେନ୍‌ରୁ ଡିଜେଲ୍‌ ବାହାରୁଛି ବୋଲି ଶନିବାର ସକାଳୁ ସକାଳୁ ସାରା ରାଜଧାନୀରେ ଚହଳ ପଡ଼ି ଯାଇଥିଲା। ତେଣୁ ମାଗଣା ଡିଜେଲ୍‌ ସଂଗ୍ରହ କରିବା ପାଇଁ ଚାହୁଁ ଚାହୁଁ ଲୋକଙ୍କ ଗହଳି ଜମି ଯାଇଥିଲା। ପଥଚାରୀଙ୍କ ସମେତ ସ୍ଥାନୀୟ ଲୋକ ଯିଏ ଯେମିତି ପାରିଲେ ଡିଜେଲ ସଂଗ୍ରହ କରି ନେଉଥିବା ଦେଖା ଯାଇଥିଲା। ଲୋକଙ୍କ ଗହଳି ଏତେ ବଢ଼ି ଯାଇଥିଲା ଯେ  ବେଶ୍‌ କିଛି ସମୟ ପାଇଁ ଏଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।  ପୁଲିସର ହସ୍ତକ୍ଷେପ ପରେ ଭିଡ଼ ନିୟନ୍ତ୍ରଣକୁ ଆସିଥିଲା।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅନୁଧ୍ୟାନ କରିବା ପରେ ଜଣାପଡ଼ିଥିଲା ଯେ, ଗତକାଲି ରାତିରେ ଏହି ଫ୍ଲାଏଓଭର ଦେଇ ଯାଉଥିବା ଏକ ଡିଜେଲ୍‌ ଟ୍ୟାଙ୍କର ଭାରସାମ୍ୟ ହରାଇ ଗୋଟିଏ ପାର୍ଶ୍ୱକୁ ଅଣେଇ ହୋଇଯିବାରୁ ଫ୍ଲାଏଓଭର ପାର୍ଶ୍ୱ ବାଡରେ ବାଜି ଡିଜେଲ୍‌ ଲିକ୍‌ ହୋଇଥିଲା। ଫ୍ଲାଏଓଭର ଉପରେ ଡିଜେଲ୍‌ ଢାଳି ହୋଇ ଏହା ତଳେ ଥିବା ଡ୍ରେନ୍‌ରେ ଯାଇ ମିଶିଥିବାରୁ ଏପରି ଘଟିଥିଲା। କିନ୍ତୁ କେହି ଜଣେ ସକାଳୁ ସକାଳୁ ଗୁଜବ ଖେଳାଇ ଦେଇଥିଲା  ଯେ ମାଟି ତଳୁ ଡିଜେଲ ବାହାରୁଛି। ଏ ଖବର ଶୁଣି ଲୋକମାନେ ଏହା ଦେଖିବାକୁ ଭିଡ଼ ଜମାଇଥିଲେ। ଦିନ ପ୍ରାୟ ଦୁଇଟା ପର୍ଯ୍ୟନ୍ତ ଏଠାରେ ଲୋକଙ୍କ ଭିଡ଼ ଜମି ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe