ରାସ୍ତା ଖୋଳିଦେଇ ଠିକାସଂସ୍ଥା ଛୁ

Advertisment

ଛଅ ମାସ ହେବ ପଟୁପଡ଼ାଠାରୁ ଜଟେଶ୍ୱର ସ୍କୁଲକୁ ସଂଯୋଗ କରୁଥିବା ଜଳସମ୍ପଦ ବିଭାଗର କେନାଲ ବନ୍ଧ ରାସ୍ତାରେ ଯାତାୟାତ କରିବା ମୁସ୍କିଲ ହୋଇପଡ଼ିଲାଣି। ରାସ୍ତା ଖୋଳି ଠିକାସଂସ୍ଥା ପଳାଇଯାଇଥିବା ବେଳେ ଏହି ଖାଲରେ ପଡ଼ି ଲୋକେ ଲହୁଲୁହାଣ ହେଲେଣି।

ଛଅ ମାସ ହେବ ପଟୁପଡ଼ାଠାରୁ ଜଟେଶ୍ୱର ସ୍କୁଲକୁ ସଂଯୋଗ କରୁଥିବା ଜଳସମ୍ପଦ ବିଭାଗର କେନାଲ ବନ୍ଧ ରାସ୍ତାରେ ଯାତାୟାତ କରିବା ମୁସ୍କିଲ ହୋଇପଡ଼ିଲାଣି। ରାସ୍ତା ଖୋଳି ଠିକାସଂସ୍ଥା ପଳାଇଯାଇଥିବା ବେଳେ ଏହି ଖାଲରେ ପଡ଼ି ଲୋକେ ଲହୁଲୁହାଣ ହେଲେଣି।

gfgfbvbv

ବାଲିଅନ୍ତା ବଜାର:  ଛଅ ମାସ ହେବ ପଟୁପଡ଼ାଠାରୁ ଜଟେଶ୍ୱର ସ୍କୁଲକୁ ସଂଯୋଗ କରୁଥିବା ଜଳସମ୍ପଦ ବିଭାଗର କେନାଲ ବନ୍ଧ ରାସ୍ତାରେ ଯାତାୟାତ କରିବା ମୁସ୍କିଲ ହୋଇପଡ଼ିଲାଣି। ରାସ୍ତା ଖୋଳି ଠିକାସଂସ୍ଥା ପଳାଇଯାଇଥିବା ବେଳେ ଏହି ଖାଲରେ ପଡ଼ି ଲୋକେ ଲହୁଲୁହାଣ ହେଲେଣି। କିନ୍ତୁ ଜଳସମ୍ପଦ ବିଭାଗ ଓ ଠିକାସଂସ୍ଥା ଲୋକଙ୍କ ସମସ୍ୟକୁ ଗୁରୁତ୍ବ ଦେଉନାହିଁ। ମିଳିଥିବା ସୂଚନା ଅନୁଯାଇ ବାଲିଅନ୍ତା ବ୍ଲକ୍‌ ଅଧୀନ ବଇଁଚୁଆ ପଞ୍ଚାୟତ ଅଧୀନ ପଟୁପଡ଼ାଠାରୁ ଜଟେଶ୍ୱର ସ୍କୁଲକୁ ସଂଯୋଗ କରୁଥିବା କେନାଲବନ୍ଧ ରାସ୍ତା ସମ୍ପ୍ରସାରଣ କାମ ଆରମ୍ଭ ହୋଇଛି।

୨୦୨୪ ମସିହା ନଭେମ୍ବର ମାସରେ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ସମ୍ପୃକ୍ତ ଠିକାସଂସ୍ଥା ଜେସିବି ଲଗାଇ ଖୋଳିଥିଲା।  ଛଅମାସ ବିତିଯାଇଥିଲେ ମଧ୍ୟ ରାସ୍ତା ସେହିପରି ଖୋଳାଯାଇଥିବା ଅବସ୍ଥାରେ ପଡ଼ିଛି। ଫଳରେ ଏହି ଅଣଚଉଡ଼ା ରାସ୍ତାରେ ଯାତାୟାତ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ପଥଚାରୀମାନେ ଏଥତିରେ ପଡ଼ି ଆହତ ହେଉଛନ୍ତି। ଏ ବାବଦରେ ସ୍ଥାନୀୟ ଲୋକେ ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେଣି। ମାତ୍ର ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯଦି ଜଳସମ୍ପଦ ବିଭାଗ ପକ୍ଷରୁ ରାସ୍ତା ମରାମତି ନିମନ୍ତେ ତୁରନ୍ତ ପଦକ୍ଷେପ ନିଆନଯାଏ, ତେବେ ସ୍ଥାନୀୟ ଲୋକେ ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe