‘ଦିଲ୍ ବେଚାରା’ ଓ ‘ଛକି ଶୂନ’ ଅଡିଓ ରିଲିଜ୍‌

Advertisment
‘ଦିଲ୍ ବେଚାରା’ ଓ ‘ଛକି ଶୂନ’ ଅଡିଓ ରିଲିଜ୍‌

ଭୁବନେଶ୍ବର: ‘ବ୍ରଜରାଜ ମୁଭିଜ୍’ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟର ନୂଆ ମ୍ୟୁଜିକ୍ ଅଡିଓ ‘ଦିଲ୍ ବେଚାରା’ ଉନ୍ମୋଚିତ ହୋଇଛି। ଏହାଛଡ଼ା ପ୍ରେମ ଅଡିଓର ଅଫିସିଆଲ ପ୍ରଥମ ମ୍ୟୁଜିକ ଭିଡିଓ ‘ଛକି ଶୂନ’ ଅଡିଓ ରିଲିଜ୍‌ ହୋଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଶ୍ରବଣ ଯୋଗ ଦେଇ କଳାକାର ମାନଙ୍କୁ ପ୍ରଶଂସା କରିଛନ୍ତି। ଗିରୀଶ ମହାନ୍ତି ଆଲବମ ‘ଦିଲ୍ ବେଚାରା’ ସଂଗୀତ ନିର୍ଦେଶକ ଥିବା ବେଳେ ‘ଛକି ଶୂନ’ର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ଥିତ ପଟ୍ଟନାୟକ।

ପ୍ରାୟ ପାଞ୍ଚ ଦଶନ୍ଧି ଧରି ବାଜିମାତ କରିଥିବା ‘ବ୍ରଜରାଜ ମୁଭିଜ’ ଏବେ ନୂଆ କଳେବର ନେଇ ବଜାରକୁ ଆସୁଛି। ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏହି ପ୍ରଡକ୍ସନ ହାଉସ୍ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ଜରିଆରେ ମଡର୍ଣ୍ଣ ମ୍ୟୁଜିକ ଆଲବମ୍ ‘ଦିଲ୍ ବେଚାରା’ର ମୁକ୍ତିଲାଭ କରାଇଛି। ସେହିପରି ଦୀର୍ଘଦିନ ହେବ ‘ପ୍ରେମ୍ ମ୍ୟୁଜିକ୍ ମାଧମରେ ହଜାର ହଜାର ଗୀତ ରେକର୍ଡ କରିଥିବା ଏହି ପ୍ରତକ୍ସନ୍ ହାଉସ୍ ର ପ୍ରେମ୍ ଅଡିଓ ଅଫିସିଆଲିସ ପକ୍ଷରୁ ଏବେ ‘ଛକି ଶୂନ଼’ ମ୍ୟୁଜିକ ଭିଡିଓ ରିଲିଜ୍ ହୋଇଛି। ଏଥିସହିତ ବଲିଉଡ୍ ଓ ଓଲିଉଡ୍ ପ୍ରସିଦ୍ଧ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ଜନ୍ମଦିନ ‘ଚେରି ଅନ୍ ଦି ଟପ୍’ ପାଳନ କରିଛି।

ଏହାବ୍ୟତୀତ ବ୍ରଜରାଜ ମୁଭିଜର ଚଳଚ୍ଚିତ୍ର ‘ବାଦଶାହ’ ଆଜି ଡିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଉତ୍ସବରେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟ ଏବଂ ବ୍ରଜରାଜ ମୁଭିଜ ଓ ପ୍ରେମ୍ ମ୍ୟୁଜିକର ପ୍ରଯୋଜକ ସଞ୍ଜୟ ନାୟକ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ସଙ୍ଗୀତ ଓ ସିନେମା ସମ୍ପର୍କରେ କିଛି ନୂଆ ଚିନ୍ତାଧାରା ବ୍ୟକ୍ତ କରିଥିଲେ। ଉତ୍ସବ ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ ଓଲିଉଡର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe