ସିଡିଏ ସେକ୍ଟର ୧୧ରେ ଡିଅନ୍‌ସ ଟୁଇନ୍‌ସ ଟାୱାର ଉନ୍ମୋଚିତ

ସିଡିଏ ସେକ୍ଟର ୧୧ରେ ଡିଅନ୍‌ସ ଟୁଇନ୍‌ସ ଟାୱାର ଉନ୍ମୋଚିତ

ଭୁବନେଶ୍ବର: ଡିଅନ୍‌ ଗ୍ରୁପ୍‌ ରିଅଲ ଇଷ୍ଟେଟ୍‌ ସଂସ୍ଥା ଡିଅନ୍‌ ଗ୍ରୁପ୍‌ ପକ୍ଷରୁ ଡିଅନସ୍‌ ରିଭର ଫ୍ରଣ୍ଟ୍‌ ‌ଫେଜ୍‌ ୧ ଏବଂ ୨ ପ୍ରୋଜେକ୍ଟ ଶେଷ ହେବା ପରେ ନୂଆ ଡିଅନସ୍‌ ଟ୍ବିନ୍‌ ଟାୱାରସ୍‌ ସିଡିଏ ୧୧ କଟକଠାରେ ଉନ୍ମୋଚନ କରାଯାଇଛି। ଏହାକୁ ନେଇ ଗତ ରବିବାର କଟକ ବ୍ଲକ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା।

ଟ୍ବିନ୍‌ସିଟିରେ ରହୁଥିବା ଲୋକମାନଙ୍କ ପାଇଁ ଏହା ବହୁପ୍ରତୀକ୍ଷିତ ପ୍ରକଳ୍ପ। ଯେଉଁମାନେ ଭଲ ଘର ଖୋଜୁଛନ୍ତି, ସେମାନଙ୍କ ପାଇଁ ଏହା ବିଶେଷ ଭାବେ ଉପଯୋଗୀ। ଏଥିରେ ୨-ବିଏଚ୍‌କେ, ୩-ବିଏଚ୍‌କେ ଫ୍ଲାଟ୍‌ ସହିତ ଡୁପ୍ଲେକ୍ସ ପେଣ୍ଟ୍‌ହାଉସ୍‌ ମଧ୍ୟ ରହିଛି। ବର୍ତ୍ତମ‌ାନ ସମୟରେ ଫ୍ଲାଟ୍‌ଗୁଡ଼ିକୁ ଲୋକମାନେ ବେଶ୍‌ ପସନ୍ଦ କରୁଛନ୍ତି। ଏଥିରେ ୧୮୦ଟି ଫ୍ଲାଟ୍‌ ଥିବା ବେଳେ ୬୦% ବୁକିଂ ଶେଷ ହୋଇଛି। ମାସ ଶେଷ ସୁଦ୍ଧା ୮୦% ଘର ବିକ୍ରି ଅତିକ୍ରମ କରିବ ବୋଲି କମ୍ପାନି ପକ୍ଷରୁ ଆଶା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe