ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟରେ ‘ଡିସ୍‌କଭରି ସେଣ୍ଟର’

Advertisment

ଆସୁଛି ପର୍ଯ୍ୟଟନ ଋତୁ। ଏହି ସମୟରେ ଭ୍ରମଣ ସହିତ ପିଲାଙ୍କ ଜ୍ଞାନ ବଢ଼ାଇବାଲାଗି ସେମାନଙ୍କୁ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଭୁବନେଶ୍ବରରେ ଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ପଠାଣି ସାମନ୍ତ ପ୍ଲାନେଟୋରିୟମ ଓ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟ ପରିଦର୍ଶନରେ ନିଆଯାଏ।

ଆସୁଛି ପର୍ଯ୍ୟଟନ ଋତୁ। ଏହି ସମୟରେ ଭ୍ରମଣ ସହିତ ପିଲାଙ୍କ ଜ୍ଞାନ ବଢ଼ାଇବାଲାଗି ସେମାନଙ୍କୁ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଭୁବନେଶ୍ବରରେ ଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ପଠାଣି ସାମନ୍ତ ପ୍ଲାନେଟୋରିୟମ ଓ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟ ପରିଦର୍ଶନରେ ନିଆଯାଏ।

sfssfsfs

ଭୁବନେଶ୍ୱର: ଆସୁଛି ପର୍ଯ୍ୟଟନ ଋତୁ। ଏହି ସମୟରେ ଭ୍ରମଣ ସହିତ ପିଲାଙ୍କ ଜ୍ଞାନ ବଢ଼ାଇବାଲାଗି ସେମାନଙ୍କୁ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଭୁବନେଶ୍ବରରେ ଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ପଠାଣି ସାମନ୍ତ ପ୍ଲାନେଟୋରିୟମ ଓ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟ ପରିଦର୍ଶନରେ ନିଆଯାଏ। ଏହି ପରିପେକ୍ଷୀରେ ପର୍ଯ୍ୟଟକମାନଙ୍କୁ ଜ୍ଞାନ ସହିତ ବିଭିନ୍ନ ରାଜ୍ୟର ପଶୁପକ୍ଷୀ ସମ୍ପର୍କରେ ଅବଗତ କରାଇବା ପାଇଁ ଆସନ୍ତା ଜାନୁଆରି ମାସ ବେଳକୁ ଆଞ୍ଚଳିକ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟ ପରିସରରେ ଖୋଲିବାକୁ ଯାଉଛି ଡିସ୍‌କଭରି ସେଣ୍ଟର୍‌। ଏଥିସହିତ ପୃଥିବୀର ବିଭିନ୍ନ ପ୍ରଜାତିର ସାପର ସବିଶେଷ ବିବରଣୀ ସମ୍ପର୍କିତ ତଥ୍ୟ ମଧ୍ୟ ଏଠାରେ ରହିବ। ଏହାଦ୍ୱାରା ପର୍ଯ୍ୟଟକଙ୍କ ସମେତ ସରୀସୃପ ଉପରେ ଗବେଷଣା କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ବିଶେଷ ସହାୟକ ହେବ। କେବଳ ସେତିକି ନୁହେଁ, ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରସ୍ତରରେ ନିର୍ମିତ ବିଭିନ୍ନ ଜୀବଜନ୍ତୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ଏଠାରେ ସ୍ଥାନିତ କରାଯିବାର ଯୋଜନା ହୋଇଛି। 

ରହିବ ପଶୁପକ୍ଷୀ ଓ ସାପଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ

ଏନେଇ ସଂଗ୍ରହାଳୟ କର୍ତ୍ତୃପକ୍ଷଙ୍କ ସହ ସିପିଡବ୍ଲ୍ୟୁଡିର ଆଲୋଚନା ଚାଲିଛି। ଖୁବ ଶୀଘ୍ର କାମ ଆରମ୍ଭ ହୋଇଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ଡିସ୍‌କଭରି ସେଣ୍ଟର୍‌ ଗତ ଅଗଷ୍ଟ ମାସରେ ଖୋଲିବାକୁ ଥିଲା। ହେଲେ କାର୍ଯ୍ୟ ପାଇଁ ଟେଣ୍ଡର ଠିକ୍‌ ସମୟରେ ନହେବାରୁ ତଥା ଠିକା ସଂସ୍ଥାର ପରିଚାଳନା ଅଭାବରୁ ଏହା ହୋଇପାରିଲା ନାହିଁ। ତେବେ ବର୍ତ୍ତମାନ ପୁଣି ଥରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଯୋଜନା ଚାଲିଛି। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି ସଂଗ୍ରଳାୟରେ ନିଃଶୁଳ୍କ ପ୍ରବେଶ ସୁଯୋଗ ଥିବାରୁ ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଲୋକଙ୍କ ସମାଗମ ଘଟେ। ଚଳିତ ବର୍ଷ ମଧ୍ୟ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଦୁଇଲକ୍ଷରୁ ଅଧିକ ରହିଛି। ଭାରତର ବିଭିନ୍ନ ରାଜ୍ୟର ଜୀବଜନ୍ତୁ, ଯେପରିକି ଚିତାବାଘ, ବଜ୍ରକାପ୍ତା, ହରିଣ, ପାଣ୍ଡା, ଗଣ୍ଡା, ଝିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଓ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ, ଜଙ୍ଗଲର ବଣ୍ଟନ, ବିଭିନ୍ନ ପ୍ରଜାତିର ବୃକ୍ଷଲତାଙ୍କ ବିଷୟରେ ମଧ୍ୟ ସମୂର୍ଣ୍ଣ ତଥ୍ୟ ଏଠାରେ ଦେଖିବାକୁ ମିଳେ। ବିଭିନ୍ନ ସମୟରେ ପ୍ରତିଯୋଗିତା ଓ କର୍ମଶାଳାମାନ ମଧ୍ୟ ଆୟୋଜନ କରାଯାଏ। ତେଣୁ ଏଠାରେ ଡିସ୍‌କଭରି ସେଣ୍ଟର୍‌ ଖୋଲିଲେ ପର୍ଯ୍ୟଟଙ୍କର ସମାଗମ ବୃଦ୍ଧି ହେବ ବୋଲି ଅନୁଷ୍ଠାନର ଜଣେ ଅଧିକାରୀ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe