ଭିନ୍ନକ୍ଷମମାନଙ୍କ ପ୍ରତି ବୈଷମ୍ୟ ଦୂର କରିବାକୁ ହେବ

Advertisment

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ

ଭିନ୍ନକ୍ଷମମାନଙ୍କ ପ୍ରତି ବୈଷମ୍ୟ ଦୂର କରିବାକୁ ହେବ

ଭୁବନେଶ୍ବର: ଭିନ୍ନକ୍ଷମଙ୍କୁ ସଶକ୍ତ କରିବାକୁ ହେଲେ କର୍ମ ନିୟୋଜନ ସହ ସେମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରାଇବାକୁ ପଡ଼ିବ। ବିଶେଷକରି ସେମାନେ ଯେପରି ବୈଷମ୍ୟତାର ଶିକାର ନ ହେବେ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ଉତ୍କଳ ମଣ୍ଡପଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଏହା କହିଛନ୍ତି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ପ୍ରମୁଖ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ବିଭାଗୀୟ ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଭିନ୍ନକ୍ଷମ ପଦାଧିକାରୀ/କର୍ମଚାରୀ ସତ୍ୟନାରାୟଣ ମିଶ୍ର, ତ୍ରିଲୋଚନ ସାହୁ, ଭିନ୍ନକ୍ଷମ ପୁନର୍ବାସ କ୍ଷେତ୍ରରେ କୈଳାସ ଚନ୍ଦ୍ର ଷଡ଼ଙ୍ଗୀ, କ୍ରୀଡ଼ାବିତ୍‌ ଜି. ଡିଲେଶ୍ୱର ରାଓ ଓ ମହିଳା କ୍ରୀଡ଼ାବିତ୍‌ ମାଳତି ପାନାଉରି ଓ ପ୍ରଦର୍ଶନୀ କଳା କ୍ଷେତ୍ରରେ ଅକ୍ଷୟ ଚରଣ ପୃଷ୍ଟିଙ୍କୁ ସମ୍ମାନିତ କରାଯାଇଥିଲା। ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ ରାୟ ଧନ୍ୟବାଦ ଦେଇଥିଲେ। ମିଲନ ଘଟୁଆରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଓଡ଼ିଶୀ, ଦାଣ୍ଡିଆ, ଭାଙ୍ଗରା ଓ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe