Advertisment

ଓଡ଼ିଶା ଜନଚେତନା ମଞ୍ଚର ଆଲୋଚନା ସଭା ୬ରେ

Advertisment
ଓଡ଼ିଶା ଜନଚେତନା ମଞ୍ଚର ଆଲୋଚନା ସଭା ୬ରେ

ଭୁବନେଶ୍ୱର: ଓଡ଼ିଶା ଜନଚେତନା ମଞ୍ଚ ପକ୍ଷରୁ ଆସନ୍ତା ଗୁରବାର(୬ ତାରିଖ) ଅପରାହ୍‌ଣ ସାଢ଼େ ୩ଟାରେ ଉତ୍କଳ ମଣ୍ଡପରେ ‘ସମ୍ବିଧାନ ବଞ୍ଚାଅ- ଦେଶ ବଞ୍ଚାଅ’ ଶୀର୍ଷକ ଏକ ଆଲୋଚନା ସଭା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀମାନେ ଯୋଗଦେଇ ସେମାନଙ୍କର ମୂଲ୍ୟବାନ୍‌ ମତାମତ ଉପସ୍ଥାପନ କରିବେ। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ଗାଣତାନ୍ତ୍ରିକ ବ୍ୟବସ୍ଥାର ଜଣେ ପ୍ରମୁଖ ବକ୍ତା ପ୍ରକାଶ ରାଜ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସଭାରେ ଅଧିକରୁ ଅଧିକ ସଂଖ୍ୟାରେ ବ୍ୟକ୍ତିବିଶେଷ ଯୋଗ ଦେବାକୁ ଅନୁଷ୍ଠାନ ପକ୍ଷରୁ ଜନାର୍ଦ୍ଦନ ପତି, ରାଧାକାନ୍ତ ନାୟକ, ଶେଖ ଅବଦୁଲ୍ ୱାଲି, ଅଶ୍ୱିନୀ ମିଶ୍ର, ବିଜୟ ବହିଦାର, ଉର୍ମିମାଳା ଦାସ ପ୍ରମୁଖ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe