ସାଂସଦ ପ୍ରତିନିଧିଙ୍କ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଚର୍ଚ୍ଚା

ପ୍ରାର୍ଥୀଙ୍କୁ ମିଳୁନି ସହଯୋଗ

ଉପନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍, ୪୮୮ ​କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ 

image source--india ahead

ଭୁବନେଶ୍ବର: ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ୭ଦିନ ବାକି ଅଛି। ହେଲେ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ସର୍ବନିମ୍ନ ସହଯୋଗ ମିଳୁନାହିଁ। ଏମିତିକି ବ୍ୟାନର, ପୋଷ୍ଟର ଦିଆଯାଉ ନାହିଁ। ଯଦି ନିର୍ବାଚନ ଲଢ଼ିବାର ଦମ୍ଭନାହିଁ, ତେବେ ଓହରିଯିବାଟା ଶ୍ରେୟ ହେବ। ଏମିତି କ୍ଷୋଭ ପ୍ରକାଶ କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ତଥା ବିଜେପିର ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବାଶିଷ ନାୟକ ‌ଫେସ୍‌ବୁକ୍‌ରେ ଏକ ପୋ‌ଷ୍ଟ କରିଛନ୍ତି। ଏହି ପୋଷ୍ଟକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର୍‌ ଧରିଛି।

ଏହା ଦଳର ଦୁର୍ବଳତାକୁ ପଦାରେ ପକାଇଛି ଓ ଦଳର ନେତାଙ୍କ ମଧ୍ୟରେ ସମନ୍ବୟ ନଥିବା ଜଳଜଳ ଦିଶୁଛି ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଦେବାଶିଷଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ସେମାନେ ଦିନରାତି ଏକ କରି ଦଳ ପାଇଁ କାମ କରୁଛନ୍ତି। ସହଯୋଗ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରି ଏଭଳି ଲେଖିଥିଲେ। ତେବେ ଫେସ୍‌ବୁକ୍‌ ପୋଷ୍ଟ ପରେ ସହଯୋଗ ମିଳିଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe