ମାନିଲେନି ସରକାରୀ ନିର୍ଦ୍ଦେଶ, ଉଦୁଉଦିଆ ଖରାରେ ଖଟେଇଲେ

ସରକାରୀ ନିର୍ଦ୍ଦେଶକୁ ଦଳି ଦେଇଛନ୍ତି ଠିକାଦାର। ଉଦୁଉଦିଆ ଖରା ବେଳେ ଖଟୁଛନ୍ତି ଶ୍ରମିକ। ଦିନ ୨ଟା ଭଳି ଉଦୁଉଦିଆ ଖରାରେ ଶ୍ରମିକମାନେ ରାସ୍ତା କାମ କରିଛନ୍ତି। ଅସହ୍ୟ ଗ୍ରୀଷ୍ମପ୍ରବାହ କାରଣରୁ ରାଜ୍ୟ ସରକାର ଶ୍ରମିକଙ୍କ ଶ୍ରମଦାନ କ୍ଷେତ୍ରରେ କଟକଣା ଜାରି କରିଛନ୍ତି।

ddcdccd

ଭୁବନେଶ୍ୱର: ସରକାରୀ ନିର୍ଦ୍ଦେଶକୁ ଦଳି ଦେଇଛନ୍ତି ଠିକାଦାର। ଉଦୁଉଦିଆ ଖରା ବେଳେ ଖଟୁଛନ୍ତି ଶ୍ରମିକ। ଦିନ ୨ଟା ଭଳି ଉଦୁଉଦିଆ ଖରାରେ ଶ୍ରମିକମାନେ ରାସ୍ତା କାମ କରିଛନ୍ତି। ଅସହ୍ୟ ଗ୍ରୀଷ୍ମପ୍ରବାହ କାରଣରୁ ରାଜ୍ୟ ସରକାର ଶ୍ରମିକଙ୍କ ଶ୍ରମଦାନ କ୍ଷେତ୍ରରେ କଟକଣା ଜାରି କରିଛନ୍ତି। ପୂର୍ବାହ୍ଣ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମରେ ଲଗାଇବା ଉପରେ ନିଷେଧାଦେଶ ଜାରି କରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶକୁ ମାନୁନାହାନ୍ତି ଠିକାଦାର। ସରକାରୀ ଅଧିକାରୀ ବି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ବର୍ତ୍ତମାନ ହଂସପାଳ-ବାଲିଅନ୍ତା ରାସ୍ତାରେ ମେଡିଆନ‌୍ କାମ ଚାଲିଛି। ମେଡିଆନ୍‌ରେ ମାଟି ଭରାଯାଉଛି। ଆଜି ଦିନ ତମାମ ଶ୍ରମିକମାନେ ଏହି ମେଡିଆନ୍‌ ମାଟି କାମରେ ଲାଗିଥିବା ଦେଖିବାକୁ ମିଳିଛି। ଉଭୟ ମହିଳା ଓ  ପୁରୁଷ ଶ୍ରମିକ ଏହି କାମରେ ନିୟୋଜିତ ଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ଚାରି ନମ୍ୱର ଛକରୁ ମାର୍କେଟ ବିଲଡିଂ, ଜୟଦେବବିହାର ଭଳି ଅଧିକାଂଶ ଛକରେ ଶ୍ରମିକମାନେ କାମ କରୁଛନ୍ତି। କେଉଁଠି ରାସ୍ତାରେ ବ୍ୟାରିକେଡ୍‌ ଲାଗୁଛି ତ କେଉଁଠି ଶୌଚାଳୟ ତିଆରି ହେଉଛି। କେଉଁଠି ଡ୍ରେନ୍‌, ସ୍ୱେରେଜ୍‌ ପାଇଁ ଖୋଳାହେଉଛି। ସେହିପରି ଆଉ କେଉଁଠି ଅପରାହ୍ନ ସାଢ଼େ ୧୧ଟାର ଟାଣ ଖରାରେ ବାଉଁଶରେ ଚଢ଼ି ରଙ୍ଗ ଦିଆ ହେଉଛି। ଶ୍ରମିକମାନଙ୍କ ମୁଣ୍ଡରେ ନା ଅଛି ଟୋପି, ନା ହାତରେ ଗ୍ଲୋବ୍ସ ନା ପାଦରେ ସୁରକ୍ଷା ଜୋତା। ଏଭଳି ଭାବରେ ଏକାଧିକ ମହିଳା ଓ ପୁରୁଷ ଶ୍ରମିକମାନେ କାମ କରୁଛନ୍ତି। 

ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ମୃତ୍ୟୁ ହୋଇନି ଓ ଅଂଶୁଘାତଜନିତ ଘଟଣା ଉପରେ ନଜର ରଖିଛନ୍ତି ବୋଲି କହିଥିଲେ। ଏପରିକି ଶ୍ରମିକଙ୍କୁ କାମରେ ଲଗାଇବା ଉପରେ ସମୟ ଧାର୍ଯ୍ୟ ହୋଇଛି ଓ ଏହାକୁ ଅନୁପାଳନ କରିବାକୁ ସରକାରୀ ନିର୍ଦେଶନାମା ଜାରି ହୋଇଛି ବୋଲି କହିଥିଲେ। ଯେଉଁମାନେ ଉଲ୍ଲଂଘନ କରିବେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ। ଏହା ସତ୍ତ୍ବେ ଭୁବନେଶ୍ୱର ଛାତି ଉପରେ ଏଭଳି ଶ୍ରମିକଙ୍କୁ ଖରାତରାରେ ଖଟାଇବା ଉପରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe