ଟିକାକରଣରେ ଅବ୍ୟବସ୍ଥା, ଘଣ୍ଟାଘଣ୍ଟା ଅପେକ୍ଷା କରି ଫେରିଲେ

Advertisment
ସମସ୍ତଙ୍କୁ ଟିକା ଦେବାରେ ଭୁବନେଶ୍ବର ହେବ ପ୍ରଥମ ସହର!

ValuePenguin

ଖଣ୍ଡଗିରି : ଟିକା ପାଇଁ ଲୋକଙ୍କ ହିନସ୍ତା ବଢ଼ିବାରେ ଲାଗିଛି। ଖଣ୍ଡଗିରି ୱାର୍ଡ ଅଫିସ୍‌ରେ ଆଜିଠାରୁ ଅଫଲାଇନ୍‌ ଟିକା ପାଇଁ ଟୋକନ୍‌ ପ୍ରଦାନ ପ୍ରକ୍ରିୟା ବନ୍ଦ ହୋଇଯାଇଛି। ଅନଲାଇନ୍‌ ଟିକା ପାଇଁ ସ୍ଲଟ୍‌ ବୁକିଂରେ ଲୋକେ ନାକେଦମ୍‌ ହେଉଛନ୍ତି। ୟୁନିଟ୍‌-୮ସ୍ଥିତ କମ୍ୟୁନିଟି ସେଣ୍ଟର୍‌ରେ ଟିକା ପଞ୍ଜୀକରଣ ପାଇଁ ଲଗାତାର ଦ୍ବିତୀୟ ଦିନ ଲିଙ୍କ ମିଳିଲା ନାହିଁ। ଘଣ୍ଟାଘଣ୍ଟା ଅପେକ୍ଷା ପରେ ଅନେକେ ନିରାଶ ହୋଇ ଫେରିଛନ୍ତି।

ଏଥିମଧ୍ୟରେ ଅନେକ ବରିଷ୍ଠ ନାଗରିକ ମଧ୍ୟ ରହିଥିଲେ। ଲମ୍ବା ଧାଡ଼ି ରହୁଥିବାରୁ ଅନେକ ବ୍ୟକ୍ତି ଦିନ ୧.୩୦ଟାରୁ କମ୍ୟୁନିଟି କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ନିର୍ଧାରିତ ସମୟ ୩ଟାରେ କେନ୍ଦ୍ର ଖୋଲି ନଥିଲା। ଏହାକୁ ନେଇ ଲୋକ ଅସନ୍ତୋଷ ବୃଦ୍ଧି ପାଇବା ପରେ ଲିଙ୍କ ଫେଲ ହୋଇଥିବା କୁହାଯାଇଥିଲା। ଗତକାଲି ମଧ୍ୟ ଏଠାରେ ଏହିଭଳି ସ୍ଥିତି ହୋଇଥିଲା। ସୂଚନା ଅନୁଯାୟୀ, ବର୍ତ୍ତମାନ ୧୮ରୁ ୪୫ ବୟସ୍କଙ୍କ ଟିକା ପାଇଁ ଅନଲାଇନ୍‌ ବୁକିଂ ପାଇଁ ସ୍ଲଟ ମିଳିବାକୁ ଲୋକେ ନାକେଦମ୍‌ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe