ଫକୀର ମୋହନଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ପ୍ରସଙ୍ଗ: ୧୪ ତାରିଖ ପୂର୍ବରୁ ନ ହଟିଲେ କଳାକନା ଢଙ୍କାଯିବ

Advertisment

ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରବେଶ ପଥରେ ଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଭାସ୍କର୍ଯ୍ୟ ନିର୍ମାଣକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।

ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରବେଶ ପଥରେ ଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଭାସ୍କର୍ଯ୍ୟ ନିର୍ମାଣକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।

hfhfhfvv

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରବେଶ ପଥରେ ଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଭାସ୍କର୍ଯ୍ୟ ନିର୍ମାଣକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଏକ ଘରୋଇ ସଂସ୍ଥା ସହାୟତାରେ ବିଏମ୍‌ସି ନିର୍ମାଣ କରିଥିବା ଏହି ଭାସ୍କର୍ଯ୍ୟକୁ ନେଇ ଉତ୍କଳ ସାମାଜିକ ଓ ସାଂସ୍କୃତିକ ସଂଗଠନ(ଉଷାକା) କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି। ବିଶ୍ବବିଦ୍ୟାଳୟ କ୍ୟାଣ୍ଟିନ୍‌ ପରିସରରେ ଅନୁଷ୍ଠିତ ସଙ୍ଗଠନର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହ ୧୪ ତାରିଖ ସୁଦ୍ଧା ଭାସ୍କର୍ଯ୍ୟ ହଟାଇବାକୁ ଦାବି କରାଯାଇଛି। ନହେଲେ ସବୁଦିନ ପାଇଁ କଳାକନା ଢାଙ୍କି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ବାଣୀବିହାର ପ୍ରତିମୂର୍ତ୍ତି ଆଗରେ ନିର୍ମାଣ ହଟାଇବାକୁ ଦାବି 
ମେୟରଙ୍କ ସହ ଆଲୋଚନା କଲେ ‘ଉଷାକା’ ପ୍ରତିନିଧି

ବୈଠକରେ ସଂଗଠନର ସଦସ୍ୟମାନେ କହିଲେ, ବ୍ୟାସକବିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଭାସ୍କର୍ଯ୍ୟ ନିର୍ମାଣ ଆଦୌ ଠିକ୍‌ ହୋଇନାହିଁ। ଏକ ଘରୋଇ ସଂସ୍ଥାଠାରୁ ଅର୍ଥ ନେଇ ବିଏମ୍‌ସି ଅଧିକାରୀମାନେ ଯେଉଁଭଳି ଭାବେ ବ୍ୟାସକବିଙ୍କୁ ଛୋଟ ଦର୍ଶାଇବାକୁ ଉଦ୍ୟମ କରିଛନ୍ତି ତାହାକୁ ଗ୍ରହଣ କରାଯିବ ନାହିଁ। ଆସନ୍ତା ୧୪ ତାରିଖରେ ବ୍ୟାସକବିଙ୍କ ଜୟନ୍ତୀ ପାଳିତ ହେବାକୁ ଯାଉଛି। ଯେଉଁଥି‌ରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ଉତ୍କଳ ସମ୍ମିଳନୀ, ଏକାଧିକ ସାମାଜିକ ସଂଗଠନର ପ୍ରତିନିଧିମାନେ ମଧ୍ୟ ସାମିଲ ହେବେ। ପୁସ୍ତକ ଥିମ୍‌ରେ ନିର୍ମିତ ଏହି ଭାସ୍କର୍ଯ୍ୟ ଦ୍ବାରା ଓଡ଼ିଶାର ବରପୁତ୍ର ତଥା ଅସ୍ମିତାର ପ୍ରତୀକ ବ୍ୟାସକବିଙ୍କ ପ୍ରତିମୂର୍ତ୍ତି ଲୁଚିଯାଉଛି। ଭାସ୍କର୍ଯ୍ୟଟି ଏତେ ବିଶାଳ ହୋଇଛି ଯେ ତା’ ଆଗରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ବହୁତ ଛୋଟ ଦେଖାଯାଉଛି। ଏମିତିକି ବିଏମ୍‌ସି ପକ୍ଷରୁ ଆଜି ‘ଏକ୍ସ’ ମାଧ୍ୟମରେ ଭାସ୍କର୍ଯ୍ୟଟିକୁ ପୋଷ୍ଟ କରାଯାଇଥିଲେ ମଧ୍ୟ ସେଥିରେ ଫକୀର ମୋହନଙ୍କ ପ୍ରତିମୂର୍ତ୍ତି ଆଦୌ ଦୃଶ୍ୟମାନ ହେଉନାହିଁ। ସଂଗଠନ ଅଧ୍ୟକ୍ଷ ତଥା ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ଯେ ଓଡ଼ିଆ ଅସ୍ମିତା କହିଲେ ବ୍ୟାସକବିଙ୍କୁ ବୁଝାଏ। ଓଡ଼ିଶାର ଏହି ଯୋଗଜନ୍ମାଙ୍କୁ ଅସମ୍ମାନ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଯେଉଁଭଳି ଭାବେ ଭାସ୍କର୍ଯ୍ୟ ନିର୍ମାଣ ହୋଇଛି ତା’ ଆଢ଼ୁଆଳରେ ବରପୁତ୍ର ଲୁଚିଯାଉଛନ୍ତି।

 ଏ ସମ୍ପର୍କରେ ବିଏମ୍‌ସି ମେୟର ସୁଲୋଚନା ଦାସଙ୍କ ସହ ଆଲୋଚନା କରିଛି। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନ ପାଇଁ ଏହାକୁ ରଖାଯାଉ। ୧୪ ତାରିଖ ପୂର୍ବରୁ ଭାସ୍କର୍ଯ୍ୟ ସ୍ଥାନାନ୍ତର କରା ନଗଲେ କଳା ବୋଳିବାକୁ ପଛାଇବୁ ନାହିଁ ବୋଲି ସେ କହିଛନ୍ତି। ବୈଠକରେ ସଂଗଠନର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରକାଶ ତ୍ରିପାଠୀ, ଉପାଧ୍ୟକ୍ଷ ରାମଜୀବନ ଗୋଚ୍ଛାୟତ, ସଭାପତି ସରୋଜ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ବେଣୁଧର ବିଶ୍ୱାଳ, ଉପଦେଷ୍ଟା ଶାରଦା ପ୍ରସନ୍ନ ମହାନ୍ତି, ଅମୀୟବାଳା ପରିଡ଼ା, ବିଭୁପଦ ଦାସ, ନାରାୟଣ ସାହୁ ପ୍ରମୁଖ ସାମିଲ ହୋଇ ମତ ରଖିଥିଲେ। ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଫକୀରମୋହନ ଜୟନ୍ତୀ ପାଇଁ ସୌମ୍ୟରଞ୍ଜନ ମହାପାତ୍ର, ଅଶୋକ ନାୟକ, ସୂର୍ଯ୍ୟ ମହାନ୍ତି, ସାଗର ଦାଶ, ସୁମନ୍ତ ପରିଡ଼ା, ସ୍ୱୀକୃତି ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe