ୱାର୍ଡ ନମ୍ବର ୨୨ରେ ତେଜୁଛି ଅସନ୍ତୋଷ: ଭୋଟ୍‌ ବର୍ଜନ କରିବାକୁ ପାଇକରାପୁର ଗ୍ରାମବାସୀଙ୍କ ଚେତାବନୀ

Advertisment
ପଦ୍ମପୁର ଉପନିର୍ବାଚନ: ୧୩ ପ୍ରାର୍ଥୀଙ୍କର ନାମାଙ୍କନ ଯାଞ୍ଚ ଆଜି

Image Courtesy of The Financial Express

ଖଣ୍ଡଗିର : ନା ପଞ୍ଚାୟତର ହୋଇ ପାରୁଛନ୍ତି ନା ମହାନଗରର। ଭାବିଥିଲେ ଭୁବନେଶ୍ବର ମହାନଗର ନିଗମରେ ମିଶିଲେ ସବୁ ସମସ୍ୟାର ସମାଧାନ ହେବ। ସହର ଭଳି ସବୁ ମୌଳିକ ସୁବିଧା ହାତପାହାନ୍ତାରେ ମିଳିବ। ହେଲେ ତାହା ଏବେ ସ୍ବପ୍ନ ପାଲଟିଛି। ଚୂଡାନ୍ତ ତାଲିକାରେ ସେମାନଙ୍କୁ ଯେଉଁ ୱାର୍ଡରେ ମିଶାଯାଇଛି ତାକୁ ନେଇ ଉକ୍ତ ଅଞ୍ଚଳର ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି। ଏବେ ଉକ୍ତ ଅଞ୍ଚଳର ଲୋକ ଭୋଟ ବର୍ଜନ କରିବା ଭଳି ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏହା ହେଉଛି ୱାର୍ଡ ନମ୍ବର ୨୨ରେ ସାମିଲ ହେବା ପରେ ପ୍ରଥମ ଥର ବିଏମ୍‌ସି ନିର୍ବାଚନରେ ଭୋଟ୍‌ ଦେବାକୁ ଯାଉଥିବା ପାଇକରାପୁର ଅଞ୍ଚଳବାସୀଙ୍କ କ୍ଷୋଭ।

ଉକ୍ତ ଅଞ୍ଚଳ ବହୁତ ବର୍ଷ ହେଲା ପଞ୍ଚାୟତ ଅଧୀନରେ ଥିଲା। ତେବେ ପରେ ସେମାନଙ୍କୁ ମହାନଗରରେ ସାମିଲ କରାଯାଇଥିଲା। ପାଇକରାପୁର ନିକଟରେ ୱାର୍ଡ ନମ୍ବର ୨୩ ହୋଇଥିବାରୁ ଅଞ୍ଚଳବାସୀ ଭାବିଥିଲେ ଏହି ୱାର୍ଡରେ ମିଶିବେ। ଏହାଦ୍ବାରା ସେମାନଙ୍କୁ ଅସୁବିଧା ସମୟରେ ବିଭିନ୍ନ ସରକାରୀ କାମ ପାଇଁ ଅଧିକ ହନ୍ତସନ୍ତ ହେବାକୁ ପଡିବ ନାହିଁ। ହେଲେ ଏବେ ଉକ୍ତ ଅଞ୍ଚଳର ଲୋକେ ଘରଠାରୁ ୧୦ କିମି ଦୂରରେ ଥିବା ୨୨ ନମ୍ବର ୱାର୍ଡରେ ମିଶିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ କରିଛନ୍ତ। ଅଞ୍ଚଳବାସୀଙ୍କ କହିବା କଥା ସେମାନେ ଗତ ୨ ବର୍ଷ ହେବ ବିଏମ୍‌ସିରେ ମିଶି ଯାଇଥିବାରୁ ପଞ୍ଚାୟତରେ ଭୋଟ ଦେଇ ପାରି ନାହାନ୍ତି। ପ୍ରଥମ ଥର ପୌର ନିର୍ବାଚନର ଅନୁଭବ ପାଇବାକୁ ଥିବା ବେଳେ ଭୌଗୋଳିକ ସ୍ଥିତିକୁ ନେଇ ସମସ୍ୟାରେ ପଡ଼ିଛନ୍ତି। ଏ ନେଇ ପାଇକରାୟପୁର ଗ୍ରାମ୍ୟ କମିଟି ସଭାପତି ମନୋରଞ୍ଜନ ରାଉତରାୟଙ୍କ କହିବା କଥା, ୧୮ ଶହ ଭୋଟରଙ୍କୁ ନେଇ ପାଇକରାପୁର ଗ୍ରାମ। ସେଥିରୁ ପୁରୁଷ ୧ ହଜାର ଓ ମହିଳାଙ୍କ ସଂଖ୍ୟା ୮୦୦। ସମସ୍ତେ ନିଜ ଘରପାଖ ଅଞ୍ଚଳରୁ ବିଭିନ୍ନ ସରକାରୀ ସୁବିଧା ପାଇ ଯାଉଥିଲେ। ଏବେ ଘର ପାଖ ୨୩ ନମ୍ବର ୱାର୍ଡରେ ନ ମିଶାଇ ୨୨ ନମ୍ବର ଭରତପୁର ସହିତ ମିଶାଯାଇଥିବାରୁ ସମସ୍ୟା ଭୋଗିବାକୁ ହେବ। ଏନେଇ ଗ୍ରାମବାସୀ ଅନେକଥର ସରକାରଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ଫଳ ମିଳି ପାରିନି। ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ଭୋଟ ବର୍ଜନ କରିବେ। ଖୁବ୍‌ଶୀଘ୍ର ଗ୍ରାମରେ ଏକ ବୈଠକ ହୋଇ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe