ଟିକାକରଣ ନେଇ ବଢ଼ୁଛି ଅସନ୍ତୋଷ

Advertisment

ଭୁବନେଶ୍ବରରେ ୯୭୦ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଟିକା ପ୍ରଦାନ

ଭୁବନେଶ୍ବରରେ ୯୭୦ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଟିକା ପ୍ରଦାନ

ଟିକାକରଣ ନେଇ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ବର : ମେ’ ୩ରୁ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ବିଧିବଦ୍ଧ ଭାବେ ଟିକାଦାନ ଅଭିଯାନ ଆରମ୍ଭ ହେବା ପରେ ଟିକାକରଣକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। କେଉଁଠି ସ୍ଲଟ୍‌ ମିଳୁନି ବୋଲି ପାଟିତୁଣ୍ଡ ହେଉଛି ତ କେଉଁଠି ଟିକା ନେବାକୁ ଅଧିକ ଲୋକ ଧାଡ଼ିରେ ରହୁଥିବାରୁ ଗଣ୍ଡଗୋଳ ହେଉଛି। ରାଜଧାନୀରେ ଦିନକୁ ଦିନ ଟିକାକରଣକୁ ନେଇ ଅସନ୍ତୋଷ ବଢ଼ୁଥିବାରୁ ଏହାକୁ ବ୍ୟବସ୍ଥିତ କରିବା ପାଇଁ ଆଜି ବିଏମ୍‌ସିର କୋଭିଡ୍‌ ପର୍ଯ୍ୟବେକ୍ଷକ ତଥା ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ୟୁନିଟ୍‌-୩ସ୍ଥିତ ଟିକାଦାନ କେନ୍ଦ୍ର ବୁଲି ଦେଖିଛନ୍ତି। ଶ୍ରୀମତୀ ଗର୍ଗ ଓ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଟିକାଦାନ କେନ୍ଦ୍ରରେ କ’ଣ ସମସ୍ୟା ହେଉଛି, କିପରି ପଞ୍ଜୀକରଣ ବିଳମ୍ବ ହେଉଛି, ତାହା ଦେଖିବା ସହ ଏହାର ଉନ୍ନତୀକରଣ ନେଇ ଆଲୋଚନା କରିଛନ୍ତି। ଏବେ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ସକାଳ ୮ଟାରୁ ୧ଟା ମଧ୍ୟରେ ଦୈନିକ ୬୪୦୦ ଜଣଙ୍କୁ ଟିକା ଦେବାର ବ୍ୟବସ୍ଥା ଥିବା ବେଳେ ଅପରାହ୍‌ଣ ୩ଟାରୁ ୬ଟା ମଧ୍ୟରେ ୪୫ବର୍ଷରୁ ଊର୍ଦ୍ଧ୍ବ ୪୨୦୦ ଜଣଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ତେଣୁ ଏହାକୁ ତୁରନ୍ତ ବଢ଼ାଇବାକୁ ଆଲୋଚନା ହୋଇଛି। କିପରି ଅଧିକ ଟିକାଦାନ କେନ୍ଦ୍ର ହେବ, ମୋବିଲାଇଜେସନ୍ ସେଣ୍ଟର୍‌ ହେବ, ସେନେଇ ତୁରନ୍ତ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିବା ଜଣାପଡ଼ିଛି।

publive-image

ଭୁବନେଶ୍ବରରେ ୯୭୦ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଟିକା ପ୍ରଦାନ
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ବରରେ ୩ ଦିନ ଭିତରେ ୯୭୦ଜଣ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଛି। ସାମ୍ବାଦିକମାନେ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧା ଭାବେ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବା ପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ବିଏମ୍‌ସି ତରଫରୁ ଚଳିତ ମାସ ୪, ୫ ଓ ୬ ତାରିଖ ଟିକା ପ୍ରଦାନ ପାଇଁ ଧାର୍ଯ୍ୟ କରାଯାଇଥିଲା। ଏହି ଟିକା ପ୍ରଦାନ କାର୍ଯ୍ୟକ୍ରମ ଭୁବନେଶ୍ବରସ୍ଥିତ ୟୁନିଟ୍‌-୬ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe