ଠକ୍କରବାପା ହଷ୍ଟେଲ ଅନ୍ତେବାସୀଙ୍କୁ ବେଡ୍‌ସିଟ୍‌ ବଣ୍ଟନ

Advertisment
ଠକ୍କରବାପା ହଷ୍ଟେଲ ଅନ୍ତେବାସୀଙ୍କୁ ବେଡ୍‌ସିଟ୍‌ ବଣ୍ଟନ

ଭୁବନେଶ୍ବର: କ୍ୟାପିଟାଲ ହାଇସ୍କୁଲର ୧୯୮୩ ବର୍ଷ ଛାତ୍ର ସଂସଦ (ସିଏଚଏସ-୮୩) ତରଫରୁ ଠକ୍କରବାପା ହଷ୍ଟେଲରେ ରହୁଥିବା ୪୫୨ ଜଣ ଅନ୍ତେବାସୀଙ୍କୁ ବେଡ୍‌ସିଟ୍‌ ବଣ୍ଟନ କରାଯାଇଛି। କାସା ସାମାଜିକ ସଂଗଠନ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକ ପରିଚାଳନା କରିଥିଲେ।

କାସା ସଂଗଠନର ପୂର୍ବାଞ୍ଚଳ କାର୍ଯ୍ୟ ଅଧିକାରୀ ଓ ସ୍କୁଲର ପୁରାତନ ଛାତ୍ର ଜୋନାଥନ ରାଉତ ଓ ଓଡ଼ିଶା ସଂଯୋଜିକା ସୁଶ୍ରୀ ଇନାକ୍ଷୀ ପାତ୍ର ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ସ୍କୁଲର ପୁରାତନ ଛାତ୍ର ତଥା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅନ୍ତେବାସୀମାନଙ୍କ ସହ ନିଜର ସ୍କୁଲ ଅନୁଭୂତି ବାଣ୍ଟିଥିଲେ। ୧୯୮୩ ମସିହାର ବହୁ ପୁରାତନ ଛାତ୍ର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe