ଜୟନ୍ତୀବାଳା ଓ ବିପିନ ବିହାରୀଙ୍କୁ ‘ଦିବାକର ପରିଡ଼ା ସ୍ମୃତି ସମ୍ମାନ’

Advertisment

ସହିଦ ଦିବାକର ପରିଡ଼ାଙ୍କ ୧୧୦ତମ ଜୟନ୍ତୀ

ସହିଦ ଦିବାକର ପରିଡ଼ାଙ୍କ ୧୧୦ତମ ଜୟନ୍ତୀ

ଜୟନ୍ତୀବାଳା ଓ ବିପିନ ବିହାରୀଙ୍କୁ ‘ଦିବାକର ପରିଡ଼ା ସ୍ମୃତି ସମ୍ମାନ’

ଭୁବନେଶ୍ୱର: ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନର ନେତା ସହିଦ ଦିବାକର ପରିଡ଼ାଙ୍କ ୧୧୦ତମ ଜୟନ୍ତୀ ଆଜି ୟୁନିଟ୍‌-୯ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସହିଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଏହି ଅବସରରେ ଅଧ୍ୟାପିକା ଜୟନ୍ତୀବାଳା ମଲ୍ଲିକ ଓ ସଙ୍ଗୀତ ନିର୍ଦ୍ଦେଶକ ବିପିନ ବିହାରୀ ସ୍ବାଇଁଙ୍କୁ ‘ଦିବାକର ପରିଡ଼ା ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ମୌଷଧି ବାଗ, ଶତାୟୁ ସ୍ବାଧୀନତା ସଂଗ୍ରାମୀ ହଟନାଥ ମଙ୍ଗରାଜ, ରଘୁ ଦିବାକର ସ୍ମୃତି ସଂସଦ ମୁଖ୍ୟ ଉଦ୍ୟୋକ୍ତା ବ୍ରଜବନ୍ଧୁ ପରିଡ଼ା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ପ୍ରଫେସର ବାମନ ପରିଡ଼ା, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ପୂର୍ବତନ କର୍ପୋରେଟର ନରେନ ସାହୁ, ଉମାନାଥ ମିଶ୍ର, ଗୌରଚନ୍ଦ୍ର ମହାପାତ୍ର, ଶିଶିର ନାୟକ, ପାଇକ କବି କଣ୍ଡୁରୀ ଚରଣ ଦାସ, ସୁରେନ୍ଦ୍ରନାଥ ସାହୁ, ଅରବିନ୍ଦ ତ୍ରିପାଠୀ, ଅଧ୍ୟାପିକା ଜୟନ୍ତୀବାଳା ମଲ୍ଲିକ ଓ ସଙ୍ଗୀତଜ୍ଞ ବିପିନ ବିହାରୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ, ରଘୁ ଦିବାକର ସ୍ମୃତି ପରିଷଦ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଓ ଅନ୍ୟ ସଙ୍ଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe