ବଢ଼ୁଛି ବିବାହ-ବିଚ୍ଛେଦ: ୧୦ହଜାରରୁ ଊର୍ଦ୍ଧ୍ବ ମାମଲା ବିଚାରାଧୀନ

Advertisment

ବର୍ତ୍ତମାନ ସମୟରେ ବିବାହ ଯେତିକି ହେଉଛି ସେହି ପରିମାଣରେ ବିଚ୍ଛେଦ ମଧ୍ୟ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ବିଚାର କରାଯାଏ। ହେଲେ ବର୍ତ୍ତମାନ କୌଣସି ଜଟିଳ ପରିସ୍ଥିତି ଆସିଲେ...

ବର୍ତ୍ତମାନ ସମୟରେ ବିବାହ ଯେତିକି ହେଉଛି ସେହି ପରିମାଣରେ ବିଚ୍ଛେଦ ମଧ୍ୟ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ବିଚାର କରାଯାଏ। ହେଲେ ବର୍ତ୍ତମାନ କୌଣସି ଜଟିଳ ପରିସ୍ଥିତି ଆସିଲେ...

dgdgdg

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ବିବାହ ଯେତିକି ହେଉଛି ସେହି ପରିମାଣରେ ବିଚ୍ଛେଦ ମଧ୍ୟ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ବିଚାର କରାଯାଏ। ହେଲେ ବର୍ତ୍ତମାନ କୌଣସି ଜଟିଳ ପରିସ୍ଥିତି ଆସିଲେ ଅଥବା କଥା କଟାକଟି ହେଲେ ସ୍ବାମୀ-ସ୍ତ୍ରୀ ଆଉ ବୁଝାମଣା ସ୍ଥିତିରେ ନାହାନ୍ତି। ବର୍ତ୍ତମାନ ସୁଦ୍ଧା ଦୁଇଟି ପରିବାର କୋର୍ଟରେ ୧୦ ହଜାରରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ରହିଛି। ଭୁବନେଶ୍ୱର କୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୧ରେ ୧୨୦୦ ଓ ୨୦୨୨ରେ ୧୨୫୨ଟି ବିଚ୍ଛେଦ ମାମଲା ରୁଜୁ ହୋଇଥିଲା। ସେହିପରି ୨୦୨୩ରେ ଏହାର ସଂଖ୍ୟା ୧୨୦୦କୁ ଖସି‌ଥିଲା ବେଳେ ୨୦୨୪ରେ ଏହା ୧୨୮୮ରେ ପହଞ୍ଚିଥିଲା। ବିବାହ-ବିଚ୍ଛେଦକୁ ନେଇ ଓକିଲ ସଂଘର ପୂର୍ବତନ ସମ୍ପାଦକ ରାଜକିଶୋର ଦାସ କହିଛନ୍ତି, କୋଭିଡ୍‌ ପରଠାରୁ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ବର ଓ କନ୍ୟାଙ୍କ ପରିବାର ମଧ୍ୟରେ ଭଲ ବୁଝାମଣା ଓ ସମ୍ପର୍କ ରହୁନାହିଁ।

ଯେପର୍ଯ୍ୟନ୍ତ ଅଭିଭାବକମାନେ ବୋହୁକୁ ଝିଅ ଓ ଜ୍ୱାଇଁକୁ ପୁଅ ବୋଲି ନଭାବିଛନ୍ତି ସେ ପର୍ଯ୍ୟନ୍ତ ଏହି ସମସ୍ୟା ସୁଧୁରିବ ନାହିଁ। ଏଥିସହିତ ସ୍ବାମୀ, ସ୍ତ୍ରୀଙ୍କ ସହିତ ତାଙ୍କ ପରିବାର ଲୋକଙ୍କୁ କାଉନସେଲିଂର ଆବଶ୍ୟକତା ରହିଥିବା ସେ କହିଛନ୍ତି। ସେହିପରି ଆଇନଜୀବୀ ମାନସୀ ପାଢ଼ୀଙ୍କ କହିବା ଅନୁଯାୟୀ ପୂର୍ବରୁ ବିବାହ-ବିଚ୍ଛେଦ ଏକ ସାମାଜିକ କଟକଣା ଥିଲା। ହେଲେ ଏବେ ସମସ୍ତେ ନିଜର ଖୁସିକୁ ପ୍ରାଧାନ୍ୟ ଦେଉଛନ୍ତି। ସେହିପରି ପୂର୍ବରୁ ମହିଳାମାନେ ପୁରୁଷଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ, ଯାହା ବର୍ତ୍ତମାନ ବଦଳିବାରେ ଲାଗିଛି। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ସ୍ଥାପନ ପାଇଁ ପରସ୍ପରକୁ ସମୟ ଦେବା ଓ ପରିବାର ମଧ୍ୟରେ ଉତ୍ତମ ବୁଝାମଣା ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe