ଭୁବନେଶ୍ୱର: ରମେଶ ଚନ୍ଦ୍ର ଶରଣଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ଦିବ୍ୟ ସନ୍ଦେଶ’ ଉନ୍ମୋଚିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ବାସଭବନରେ ଶ୍ରୀ ମିଶ୍ର ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ପଣ୍ଡିତ ପ୍ରବୋଧ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତିପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ପଣ୍ଡିତ ନରସିଂହ ଜେନା, ହଟ୍ଟକିଶୋର ପାଇକରାୟ, ଭାସ୍କର ପଟ୍ଟନାୟକ, ଚାରୁବାଳା ସେନାପତି, ରମାକାନ୍ତ ଜେନା ଓ ସୁରେନ୍ଦ୍ର ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ଦିବ୍ୟ ସନ୍ଦେଶ ଉନ୍ମୋଚିତ
Advertisment
Follow Us