ଆସୁଛି ଦୀପାବଳି : ସୁରକ୍ଷା ନେଇ କମିସନରେଟ୍‌ ପୁଲିସର ପରାମର୍ଶ

Advertisment
ଆସୁଛି ଦୀପାବଳି : ସୁରକ୍ଷା ନେଇ କମିସନରେଟ୍‌ ପୁଲିସର ପରାମର୍ଶ

Allahabad: People light candles during track pujan at a stadium on the occasion of Dhanteras Festival Celebration in Allahabad on Friday. PTI Photo (PTI10_29_2016_000032B)

ଭୁବନେଶ୍ୱର : ଦୀପାବଳି ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ଆଜି ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଛି। କେଉଁ କେଉଁ ସ୍ଥାନରେ ବାଣ ଫୁଟାଇବେ ନାହିଁ, କେଉଁ ଦୋକନୀଠାରୁ ବାଣ କିଣିବେ,କେତେ ଡେସିବଲ ଶବ୍ଦ ବିଶିଷ୍ଟ ବାଣ ବ୍ୟବହାର କରିପାରିବେ ଆଦି ଦିଗ ଉପରେ ନିୟମାବଳୀ ଜାରି ହୋଇଛି।

କମିସନରେଟ୍‌ ପୁଲିସ ପକ୍ଷରୁ ଦିଆଯାଇଥିବା ନିୟମାବଳୀ ଅନୁଯାୟୀ, ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ବାଣ କିଣିବା, ୧୨୫ ଡେସିବଲ୍‌ରୁ କମ୍‌ ଶବ୍ଦ ବିଶିଷ୍ଟ ବାଣ ବ୍ୟବହାର କରିବା ଓ ବାଣ ଉପରେ ଲେଖାଯାଇଥିବା ସୁରକ୍ଷା ସୂଚନାକୁ ଅନୁସରଣ କରିବା ପାଇଁ ସୂଚନା ଦିଆଯାଇଛି। ବାଣ ଫୁଟାଇବା ସମୟରେ ସିଲ୍‌କ, ରେଶମ ଓ ପଶମ ବସ୍ତ୍ର ବ୍ୟବହାର ନକରିବା, ପିଲାମାନଙ୍କୁ ଏକୁଟିଆ ବାଣଫୁଟାଇବାକୁ ନଛାଡ଼ିବା, ହାତରେ ବାଣ ନଫୁଟାଇବା, ବାଣକୁ ନିରାପଦ ଦୂରତାରେ ରଖି ଅଗ୍ନିସଂଯୋଗ କରିବା, ପାଣି, ବାଲି ଓ କମ୍ବଳ ପାଖରେ ରଖିବା, ଆଶୁ ଚିକିତ୍ସା ବାକ୍ସ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି। ସେହିପରି ହାବେଳି ବାଣ ଫୁଟାଇବା ସମୟରେ ଖୋଲାସ୍ଥାନକୁ ବ୍ୟବହାର କରିବା, ବାଣ ଫୁଟାଇବା ପରେ ଅବଶେଷଗୁଡ଼ିକୁ ପାଣିଢ଼ାଳି ଲିଭାଇ ଦେବା, ସ୍କୁଲ୍‌, ହଷ୍ଟେଲ୍‌, ଡାକ୍ତରଖାନା, ବୟୋଜେଷ୍ଠ ବ୍ୟକ୍ତି, ଜନବସତି ଓ ଜନଗହଳି ଅଞ୍ଚଳରେ ବାଣ ନଫୁଟାଇବା ପାଇଁ ପରାମର୍ଶ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe