ଏଥର ଦୀପରେ ଦୀପାବଳି

Advertisment

କାଳୀପୂଜା ପାଇଁ ପ୍ରସ୍ତୁତି

କାଳୀପୂଜା ପାଇଁ ପ୍ରସ୍ତୁତି

ଏଥର ଦୀପରେ ଦୀପାବଳି

ଭୁବନେଶ୍ୱର : ଫୁଟିବନି ବାଣ। ଜମିବନି ଆତସବାଜିର ପ୍ରତିଯୋଗିତା। ବିନା ଢୋ ଢାରେ ଦୀପରେ ବିତିବ ଦୀପାବଳି। ଦୀପ ଓ ଆଲୁଅମାଳାରେ ଘରକୁ ରଙ୍ଗିନ କରି ଦୀପାବଳି ପାଳିବାକୁ ଆରମ୍ଭ ହୋଇଗଲାଣି ସଜବାଜ। ଏନେଇ ଆଜି ରାଜଧାନୀର ପ୍ରମୁଖ ବଜାରମାନଙ୍କରେ ବ୍ୟାପକ ଭିଡ଼ ପରିଲକ୍ଷିତ ହୋଇଥିଲା। ଦୀପ, କାଉଁରିଆ କାଠି, ଆଖୁଠୁ ନେଇ ବିଭିନ୍ନ ସପିଂ ମଲ୍‌ରେ ବି ନୂଆ ପୋଷାକ କିଣିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଲିଚୁ ମାଳା ବିକ୍ରି ପାଇଁ ଅସ୍ଥାୟୀ ଦୋକାନମାନ ଖୋଲିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ମୃତ୍ତିକା’ ପ୍ରଦର୍ଶନୀରୁ ମାଟି ଦୀପ କିଣିବାକୁ ପ୍ରବଳ ଭିଡ଼ ହୋଇଥିଲା।

publive-image

ସେହିଭଳି ଦୀପାବଳିରେ ମା’ କାଳୀଙ୍କ ପୂଜାର୍ଚ୍ଚନା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କାର୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରିରୁ ତାନ୍ତ୍ରିକ ଓ ଶକ୍ତ ମତରେ ଦେବୀଙ୍କ ପୂଜାର୍ଚ୍ଚନା କରିବା ପାଇଁ ରାଜଧାନୀର ବିଭିନ୍ନ କାଳୀ ମନ୍ଦିରରେ ପ୍ରସ୍ତୁତି ହୋଇଛି। ବିଶେଷକରି ସତ୍ୟନଗର କାଳୀ ମନ୍ଦିରରେ ମା’ଙ୍କୁ ବିଭିନ୍ନ ବେଶରେ ପୂଜାର୍ଚ୍ଚନା କରାଯିବାକୁ ଥିବା ବ‌େଳେ ଏଥର କିନ୍ତୁ ମୀନାବଜାରର ଆଡ଼ମ୍ବର ଦେଖିବାକୁ ମିଳିବ ନାହିଁ। ସେହିପରି ବରମୁଣ୍ଡା ଦକ୍ଷିଣ କାଳୀ ମନ୍ଦିରରେ ସ୍ବତନ୍ତ୍ର ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବ‌େଳେ ଏଥର କେବଳ ମା’ଙ୍କ ପୂଜା ଗୁରୁତ୍ବ ବହନ କରିବ ବୋଲି ସୂଚନା ମିଳିଛି। ରାମକୃଷ୍ଣ ମିସନ, ସହିଦନଗର, ଗଙ୍ଗନଗରରେ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe