ଏମିତି ବି ମୃତ୍ୟୁ ଆସେ: ଅସ୍ତ୍ରୋପଚାର ପୂର୍ବରୁ ଆଖି ବୁଜିଲେ ଡାକ୍ତର

Advertisment
ମେଡିକାଲ କଲେଜରେ ଯୋଗଦେଲେ ୧୦ ସହକାରୀ ପ୍ରଫେସର

OnlineKhabar English News

ଭୁବନେଶ୍ବର : ମୃତ୍ୟୁ କେତେବେଳେ କେମିତି ଆସିବ କେହି କହିପାରିବେ ନାହିଁ। ଜଣେ ହୃଦରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଓଟିକୁ ଯାଇଥିଲେ ଡାକ୍ତର। ହେଲେ ରୋଗୀଙ୍କୁ ଅସ୍ତ୍ରୋପଚାର କରିବା ପୂର୍ବରୁ ନିଜେ ଟଳିପଡ଼ିଲେ। ଏମିତି ଅସ୍ବାଭାବିକ ଭାବେ ପ୍ରାଣ ହରାଇଥିବା ଡାକ୍ତର ଜଣକ ହେଲେ ସୁଜାତା ମିଶ୍ର(୪୨)। ଆଉ ଏଭଳି ଘଟଣା ଘଟିଛି ଆପୋଲୋ ହସ୍ପିଟାଲ୍‌ରେ। ଏ ନେଇ ସହିଦନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଗୁରୁବାର ଅପରାହ୍ନ ପାଖାପାଖି ସାଢ଼େ ୫ଟା ସମୟରେ ସେ ଜଣେ ହୃଦରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଓଟିକୁ ଯାଇଥିଲେ। ହେଲେ କୌଣସି କାରଣରୁ ତାଙ୍କ ଛାତିରେ ଯନ୍ତ୍ରଣା ଯୋଗୁଁ ଚେୟାରୁ ତଳେ ପଡ଼ିଯାଇଥିଲେ। ପାଖରେ ଥିବା ଅନ୍ୟ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି କାଜୁଆଲ୍‌ଟିକୁ ନେଇଯାଇଥିଲେ। ହେଲେ‌ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ହସ୍ପିଟାଲର ଡାକ୍ତର ଓ କର୍ମଚାରୀ ମହଲରେ ଶୋକର ଛାୟା ଖେଳି ଯାଇଥିଲା। ପରେ କର୍ତୃପକ୍ଷ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ ପଠାଇଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe