ମୁକ୍ତିଲାଭ କଲା ଗୋଟିପୁଅ ନୃତ୍ୟଗୁରୁ ବୀରବର ସାହୁଙ୍କ ଜୀବନୀ ଉପରେ ଆଧାରିତ ପ୍ରାମାଣିକ ଚଳଚିତ୍ର ‘ଥ୍ରୁ ଦି ଆଇଜ୍‌ ଅଫ୍‌ ଆନ୍‌ ଆର୍ଟିଷ୍ଟ’

Advertisment
ମୁକ୍ତିଲାଭ କଲା ଗୋଟିପୁଅ ନୃତ୍ୟଗୁରୁ ବୀରବର ସାହୁଙ୍କ ଜୀବନୀ ଉପରେ ଆଧାରିତ ପ୍ରାମାଣିକ ଚଳଚିତ୍ର ‘ଥ୍ରୁ ଦି ଆଇଜ୍‌ ଅଫ୍‌ ଆନ୍‌ ଆର୍ଟିଷ୍ଟ’

ବାଲିପାଟଣା : ଗୋଟିପୁଅ ନୃତ୍ୟ ଗୁରୁ ବୀରବର ସାହୁଙ୍କ ଜୀବନୀ ଏବଂ ଗୋଟିପୁଅ ନୃତ୍ୟ ଉପରେ ଆଧାରିତ ପ୍ରାମାଣିକ ଚଳଚିତ୍ର ‘ଥ୍ରୁ ଦି ଆଇଜ୍‌ ଅଫ୍‌ ଆନ୍‌ ଆର୍ଟିଷ୍ଟ ’ ଗତ ଶନିବାର ମୁକ୍ତିଲାଭ କରିଛି। ଡ଼ଃ କାଳନ୍ଦୀ ଚରଣ ସାହୁ ଓ ଶେଖ୍‌ ଗୁଲଜାର ହୁସେନଙ୍କ ପ୍ରଯୋଜିତ ଏହି ଛବିକୁ ଅଭିଶେକ ସ୍ୱାଇଁ ନିର୍ଦେଶନା ଦେଇଛନ୍ତି। ଆଦିଶକ୍ତି ଚାରିଟେବଲ ଟ୍ରଷ୍ଟ ତରଫରୁ ଚଳଚିତ୍ରଟି ପ୍ରସ୍ତୁତ ହୋଇଛି।

publive-image

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତ ଇନ୍ଦୋଳକୁସିଆରି ଗ୍ରାମ ଗୋଟିପୁଅ ନୃତ୍ୟଗୁରୁ ସ୍ୱର୍ଗତ ବୀରବର ସାହୁଙ୍କ ବାସସ୍ଥାନ। ସେ ଗୋଟିପୁଅ ନୃତ୍ୟର ବିନ୍ଧାଣି ଥିଲେ। ଦୀର୍ଘ ୧୭ ବର୍ଷ କୋଣାର୍କ ନାଟ୍ୟ ମଣ୍ଡପରେ ନୃତ୍ୟ ଶିକ୍ଷା ଦେଇଥିଲେ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓରିଫ୍ରେଞ୍ଚ ସାଂସ୍କୃତିକ ପରିଷଦ ତରଫରୁ ଉତ୍କଳ ଅତ୍ମା ଉପାଧି, କେଳୁଚରଣ ମହାପାତ୍ର ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

publive-image

ରାଜ୍ୟ, ଦେଶ ତଥା ବିଦେଶରେ ହଜାର ହଜାର ଶିଷ୍ୟ, ଶିଷ୍ୟାଙ୍କୁ ଗୋଟିପୁଅ ନୃତ୍ୟ ଶିକ୍ଷାଦାନ କରି ବେଶ ସୁନାମ ଅର୍ଜନ କରିଥିଲେ। ଗତବର୍ଷ ଅକ୍ଟୋବର ମାସ ୨୯ ତାରିଖରେ ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ଗୁରୁ ବୀରବରଙ୍କ ଜୀବନୀ ଏବଂ ଗୋଟିପୁଅ ନୃତ୍ୟ ଉପରେ ଆଧାରିତ ଫିଲ୍ମରେ ସ୍କ୍ରିପ୍ଟ ରଚନା କରିଛନ୍ତି ଗୌରୀ ଶଙ୍କର ଶତପଥୀ, ସଂଗୀତ କିଶଳୟ ରୟ, ଉପସ୍ଥାପନା ସତ୍ୟ ବ୍ରତ ରଥ, କଣ୍ଠଦାନ ବ୍ରଜ କିଶୋର ମହାନ୍ତି, ଅନୁଜ ପଟ୍ଟନାୟକ, ପ୍ରିୟଙ୍କା ଜେନା, ଅଭିଶେକ, ଦେବସ୍ମିତା ସେନାପତି, ସିନେଟୋଗ୍ରାଫିରେ ସୁରଜ ପଟ୍ଟନାୟକ, ଅବନୀ ମହାରଣା, ଅଭିଷେକ ସହକାରୀ ନିର୍ଦେଶକ, ବିଷ୍ଣୁପ୍ରସାଦ ମହାନ୍ତି, ସୁରଜ ପଟ୍ଟନାୟକ, ଅଭିନୟରେ ପୂର୍ଣ୍ଣଚନ୍ଦ୍ର ବାରିକ ଏବଂ କଳାକାର ଅର୍ଣ୍ଣବ ଭଟ୍ଟାଚାର୍ଯ୍ୟ, ଇମାନ ବିଶ୍ୱାସ, କେଦାର ପ୍ରସାଦ ଖଣ୍ଡୁଆଳ, ମହେଶ୍ୱର ପାତ୍ର, ମାରିନା ଲିବିକଙ୍କ ଚଳଚିତ୍ରରେ ବିଶେଷ ଅବଦାନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe