ଅତିଷ୍ଠ କଲେଣି କୁକୁର : ଦିନକୁ ଦିନ ବଢ଼ୁଛି ଦୌରାତ୍ମ୍ୟ, ନାବାଳକଙ୍କୁ କାମୁଡ଼ି ଗୁରୁତର କଲେ

ଅନୁଗୁଳରେ କଳାକୁକୁର ଆତଙ୍କ: ଦିନକରେ ୪୦ ଘାଇଲା, ତିନିମାସରେ ଆହତ ହେଲେଣି ୨୩୨୯

MaStyle Care

ପୁରୁଣା ଭୁବନେଶ୍ବର : ରାଜଧାନୀର ଏବେ ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳୁଛି। ସେମାନଙ୍କ ପାଇଁ ଲୋକେ ଆହତ ହେଉଥିବା ଦେଖାଯାଇଛି। କେହି କେହି ସେମାନଙ୍କ ଯୋଗୁ ଦୁର୍ଘଟଣାର ଶିକାର ହେଉଥିବା ବେଳେ ଆଉ କାହାକୁ ସେମାନେ କାମୁଡ଼ି ଗୁରୁତର କରି ପକାଉଛନ୍ତି। ବନ୍ଧ୍ୟାକରଣ ହେଉ ନଥିବାରୁ ସେମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ଉତ୍ପାତରେ ଲୋକେ ଅତିଷ୍ଠ ହେଲେଣି। ମଙ୍ଗଳବାର ସନ୍ଧ୍ୟାରେ ରାହୁଲ ବେହେରା ନାମକ ଜଣେ ନାବାଳକ ଏକାଧିକ କୁକୁରଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି। ରାହୁଲ ନିକଟସ୍ଥ ଏକ ତେଜରାତି ଦୋକାନରୁ ଫେରୁଥିବା ବେଳେ କୁକୁରଙ୍କ ଆକ୍ରମଣ ଶିକାର ହୋଇଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କାମୁଡ଼ା ଚିହ୍ନ ରହିଛି। ଏପରିକି କୁକୁରମାନେ କାମୁଡ଼ି ମାଂସ ଛିଡ଼ାଇ ନେଇଛନ୍ତି। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି ବୋଲି ବିଏମ୍‌ସି ଦାବି କରୁଥିବା ବେଳେ ଏହା ଠିକଣା ଭାବେ କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ ହୋଇଛି।

ଆନିମଲ୍ ବାର୍ଥ କଣ୍ଟ୍ରୋଲ୍ (କୁକୁର) ଆଇନ୍ ଅନୁସାରେ ମହାନଗର ନିଗମ, ପଶୁ କଲ୍ୟାଣ ସଂଗଠନ ପକ୍ଷରୁ କୁକୁର ବନ୍ଧ୍ୟାକରଣ ପାଇଁ ବ୍ୟବସ୍ଥା ରହିଛି। ସହିଦନଗରସ୍ଥିତ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସାଳୟରେ ଏହି ବନ୍ଧ୍ୟାକରଣ କରାଯାଉଛି। ମାତ୍ରକୁ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନଥିବା ଅଭିଯୋଗ ହେଉଛି। ଫଳରେ କୁକୁରଙ୍କ ସଂଖ୍ୟା ବଢ଼ି ଚାଲିଛି। ବିଳମ୍ବିତ ରାତିରେ ବାଇକ୍ ଆରୋହୀଙ୍କୁ ଦେଖିଲେ କୁକୁରଗୁଡ଼ିକ କାମୁଡ଼ିବାକୁ ଗୋଡ଼ାଉଛନ୍ତି। ଫଳରେ କିଛି ଲୋକ ଆତଙ୍କିତ ହୋଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁଯାୟୀ ଗତ ମାସରେ ଗଦା ଦସ ନାମକ ଯୁବକଙ୍କୁ ୬ଟି କୁକୁର କାମୁଡ଼ି ଗୁରୁତର କରିଦେଇଥିଲେ। ସେହି ମାସରେ ଶ୍ୟାମା ବେହେରା ନାମକ ଜଣେ ବୃଦ୍ଧ ମଧ୍ୟ କୁକୁରଙ୍କ କାମୁଡ଼ାରେ ଗୁରୁତର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe