ଖାସ୍‌ ମାଲିକଙ୍କ ପାଇଁ ନାଗ ସହ ଲଢ଼ିଲା ଅଧଘଣ୍ଟା

ଖାସ୍‌ ମାଲିକଙ୍କ ପାଇଁ ନାଗ ସହ ଲଢ଼ିଲା ଅଧଘଣ୍ଟା

ଭୁବନେଶ୍ୱର : ଖାସ୍‌ ମାଲିକଙ୍କ ସୁରକ୍ଷା ପାଇଁ ନାଗ ସହ ଲଢ଼ିଲା ଦେଢ଼ଘଣ୍ଟା। ଚୋଟ ମଧ୍ୟ ଖାଇଲା। ମାତ୍ର ନାଗକୁ ଗ୍ୟାରେଜ୍‌ରୁ ଘର ପର୍ଯ୍ୟନ୍ତ ଯିବାକୁ ଦେଲାନି। ଶେଷରେ ସ୍ନେକ୍‌ ହେଲ୍ପ ଲାଇନ୍‌ ସାପକୁ ଉଦ୍ଧାର କଲା। ତା ପରେ ଯାଇ ଘାଇଲା ହୋଇ ଶୋଇ ପଡ଼ିଲା କୁକୁର(ଟଫି)। ଆଜି ଅପରାହ୍‌ଣରେ ବଡ଼ଗଡ଼ କେନାଲ ରୋଡ୍‌ରେ ସାପ ସହ ଲଢ଼େଇର ଏହି ଦୃଶ୍ୟ ଦେଖିବାକୁ ମିଳିଛି।

publive-image

କୁକୁର ମାଲିକ କେନାଲ ରୋଡ୍‌ ପତିତପାବନ ନଗରର ସମ୍ବିତ ଦାସ ବୋଲି ଜଣାପଡ଼ିଛି। ମାଲିକଙ୍କ ଗ୍ୟାରେଜ୍‌ରେ ସାପ ଥିବା ଦେଖିବା ପରେ ସେ ତାକୁ ଆକ୍ରମଣ କରିଥିଲା। ସାପ ଘରକୁ ପଶୁଥିବା ବେଳେ ତା’ର ବାଟ ଓଗାଳିଥିବାରୁ ଏହି ଯୁଦ୍ଧ ହୋଇଥିଲା। ସାପ ପଶିବାକୁ ଉଦ୍ୟମ କରୁଥିବା‌ ବେଳେ ପଛପଟୁ କୁକୁର ଆକ୍ରମଣ କରୁଥିଲା। କୁକୁର ଆକ୍ରମଣ ଦେଖି ସାପ ବୁଲିପଡ଼ି କୁକୁରକୁ ଚୋଟ ମାରିବାକୁ ଉଦ୍ୟମ କରୁଥିଲା। ସାପ ପଛକୁ ଯେତିକି ବେଗରେ ଚୋଟ ମାରିବାକୁ ବୁଲୁଥିଲା ତା’ ଠାରୁ ଅଧିକ ବେଗରେ କୁକୁର ପଛକୁ ଡେଇଁ ପଡ଼ୁଥିଲା। ଦୀର୍ଘ ସମୟ ଧରି ଏହି ଛକାପଞ୍ଝା, ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଥିଲା। ତେବେ ଏହି ଆକ୍ରମ‌ଣରେ ଉଭୟ ଆହତ ହୋଇଛନ୍ତି। ଖବର ପାଇ ସ୍ନେକ୍‌ ହେଲ୍ପ ଲାଇନ୍‌ର ଶୁଭେନ୍ଦୁ ମଲ୍ଲିକ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି। ସାପ ଦେହରେ ୮ଟି ଗଭୀର ଦାଗ ରହିଥିବା ବେଳେ କୁକୁର ଦେହରେ ମଧ୍ୟ ସାପ ଚୋଟ ବାଜିଥିବା ସନ୍ଦେହ କରି ମାଲିକ ତାକୁ ଚିକିତ୍ସା କରାଇଛନ୍ତି। କୁକୁରର ଓଜନ ୧୮ କେଜି ହୋଇଥିବା ‌େବଳେ‌ ତା’ର ବୟସ ୩ବର୍ଷ ୬ମାସ। ଠିକ୍‌ ତିନିମାସ ତଳେ ଏଭଳି ଏକ ସାପ ସହ ଲଢ଼ି ଜଟଣୀର ଏକ ଡାଲମାସିଆନ୍‌ କୁକୁରର ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ପୂର୍ବରୁ ସେ ସାପକୁ ଅକର୍ମଣ୍ୟ କରିଦେଇଥିଲା। ଯାହା ଫଳରେ ମାଲିକଙ୍କ ଘରକୁ ସାପ ପଶି ପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe