ଭୁବନେଶ୍ବର: ଗାଡ଼ିଚାଳକ ହୁଅନ୍ତୁ କି ପାଦଚଲା ଲୋକ, ବୁଲାକୁକୁର ଦେଖିଲେ କାମୁଡ଼ି ଗୋଡ଼ାଉଛନ୍ତି। ଛୋଟପିଲା ଦେଖିଲେ ଝୁଣି ପକାଉଛନ୍ତି। ସୁପ୍ରିମକୋର୍ଟ ଏ ନେଇ ବିରକ୍ତି ପ୍ରକାଶ କରିବା ସହ ସବୁ ସହରାଞ୍ଚଳରେ ବୁଲାକୁକୁର ସମସ୍ୟାର ସ୍ଥାୟୀ ପ୍ରତିକାର କରିବାକୁ ସବୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ। ବୁଲାକୁକୁରଙ୍କୁ ଧରି ଆଶ୍ରୟସ୍ଥଳୀରେ ଛାଡ଼ିବା ସହ ଟିକାକରଣ ଓ ବନ୍ଧ୍ୟାକରଣକୁ ବ୍ୟାପକ କରିବାକୁ କହିଥିଲେ। କିନ୍ତୁ ରାଜଧାନୀ ଭୁବନେଶ୍ବରରେ ଅମାନିଆ ଅନୁଷ୍ଠାନମାନେ ଏକଥା ଶୁଣିବାକୁ ନାରାଜ। ଚିଠି ପରେ ବି ଏନେଇ ଉତ୍ତର ରଖୁନାହାନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ ପରେ ବିଏମ୍ସି ଗତବର୍ଷ ନଭେମ୍ବର ଶେଷଭାଗରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଜରିଆରେ ବିଭିନ୍ନ ଅନୁଷ୍ଠାନକୁ ବୁଲାକୁକୁର ଓ ଅନ୍ୟାନ୍ୟ ସ୍ଥିତାବସ୍ଥା ସଂପର୍କିତ ରିପୋର୍ଟ ମାଗିଥିଲା। କିନ୍ତୁ କାଁ ଭାଁ ଅନୁଷ୍ଠାନକୁ ଛାଡ଼ିଦେଲେ, ବାକି କେହି ଚିଠିର ଉତ୍ତର ରଖୁନାହାନ୍ତି କି ତଥ୍ୟ ଦେଉନାହାନ୍ତି। ଫଳସ୍ବରୂପ ବୁଲାକୁକୁର ସ୍ଥିତି ନିୟନ୍ତ୍ରଣକୁ ଆସିପାରୁନି କି ବିଏମ୍ସି ସେହି ଅନୁସାରେ ପ୍ରତିକାର ବ୍ୟବସ୍ଥା ଆପଣାଇ ପାରୁନି। ଆଜି ପୁଣିଥରେ ସୁପ୍ରିମକୋର୍ଟ ବୁଲାକୁକୁର ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି। କୁକୁର କାମୁଡ଼ିଲେ, ଯେଉଁମାନେ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି, ସେମାନଙ୍କ ସହ ସରକାର ଦାୟୀ ରହିବେ ଓ ଏହାର କ୍ଷତି ଭରଣା କରିବେ ବୋଲି କହିଛନ୍ତି। ଏଣୁ କିଛିଦିନ ଧରି ନିରବ ପଡ଼ିଥିବା ବୁଲାକୁକୁର ପ୍ରସଙ୍ଗ ପୁଣିଥରେ ତାଜା ହୋଇଛି ଓ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି।
ଚିଠିର ଖାତିର ନାହିଁ
ବୁଲାକୁକୁର ଥଇଥାନ ପାଇଁ ଜାଗା ଖୋଜା, ଜିଲ୍ଲାପାଳଙ୍କୁ ଚିଠି
କାର୍ଯ୍ୟକାରୀ ହୋଇପାରୁନି ସୁପ୍ରିମ୍କୋର୍ଟଙ୍କ ଆଦେଶ
ଦେଶର ସବୁ ସହରାଞ୍ଚଳରେ ବୁଲାକୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ କୁକୁରକାମୁଡ଼ା ସଂଖ୍ୟା ଓ ଏଥିଜନିତ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଗତବର୍ଷ ନଭେମ୍ବରରେ ସୁପ୍ରିମକୋର୍ଟ ବୁଲାକୁକୁରଙ୍କୁ ଧରି ଆଶ୍ରୟସ୍ଥଳୀରେ ରଖିବାକୁ ଆଦେଶ ଦେଇଥିଲେ। ଏଣେତେଣେ ବୁଲାକୁକୁରଙ୍କୁ ଖାଇବା ଦେବାରେ କଟକଣା ଲଗାଇଥିଲେ। ଆଶ୍ରୟସ୍ଥଳୀରେ ଛାଡ଼ିବା ପରେ ବୁଲାକୁକୁର ଯେପରି ପୁନର୍ବାର ନିଜ ସ୍ଥାନକୁ ନ ଫେରନ୍ତି, ଦୃଷ୍ଟି ଦେବାକୁ କହିଥିଲେ। ଯେଉଁ ସରକାରୀ ଅନୁଷ୍ଠାନ ପରିସରରେ ବୁଲାକୁକୁର ରହୁଛନ୍ତି ଅବା ଖାଇବାକୁ ଦିଆଯାଉଛି, ଦୁଇସପ୍ତାହ ଭିତରେ ଚିହ୍ନଟ କରି ବୁଲାକୁକୁରମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ସରକାରୀ ଅନୁଷ୍ଠାନ ସହ ଘରୋଇ ସ୍ପୋର୍ଟସ କମ୍ପ୍ଲେକ୍ସ, ହସ୍ପିଟାଲ, ବସ୍ଷ୍ଟାଣ୍ଡ, ଡିପୋ, ରେଳଷ୍ଟେସନକୁ ବୁଲାକୁକୁର ମୁକ୍ତ କରିବାକୁ କହିଥିଲେ। ୮ ସପ୍ତାହ ଭିତରେ ସ୍ଥିତାବସ୍ଥା ଜଣାଇବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Monthly baby girl sold: ମାସକର ଶିଶୁକନ୍ୟାକୁ ବିକିଦେଲେ: ଥାନାର ଦ୍ବାରସ୍ଥ ହେଲେ ଜେଜେମା’
ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ପରେ ବିଏମ୍ସି ପକ୍ଷରୁ ନିଜ ଅଞ୍ଚଳରେ ବୁଲାକୁକୁରଙ୍କୁ ଖାଇବାକୁ ଦେଉଥିବା ଅନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟାଳୟକୁ ନଭେମ୍ବରରେ ଚିଠି କରାଯାଇଥିଲା। ଏହି ଅନୁଷ୍ଠାନରୁ ଜଣେ ନୋଡାଲ୍ ଅଧିକାରୀ ଦେବାକୁ କୁହାଯାଇଥିଲା। ସିକ୍ୟୁରିଟି ଗାର୍ଡ ଓ ଅନ୍ୟମାନଙ୍କ ନମ୍ବର ଦେବାକୁ ବି କୁହାଯାଇଥିଲା। ମେଡିକାଲ୍ ଓ ଶିକ୍ଷାନୁଷ୍ଠାନରେ ଯେଭଳି ବୁଲାକୁକୁର ପଶି ପାରିବେନି, ସେଥିପାଇଁ ଚତୁଃପାର୍ଶ୍ବ ବାଡ଼ାକୁ ଆହୁରି ସଶକ୍ତ କରିବାକୁ କୁହାଯାଇଥିଲା। କିନ୍ତୁ ବିଏମ୍ସି ଅଞ୍ଚଳରେ ଥିବା ଅନୁଷ୍ଠାନମାନେ ଏହି ଚିଠିକୁ ଖାତିର୍ କରୁନାହାନ୍ତି। କମିସନର୍ ଚଞ୍ଚଳ ରାଣା କହିଛନ୍ତି, ଚିଠି ପରେ କିଛି କିଛି ଅନୁଷ୍ଠାନରୁ ରିପୋର୍ଟ ଆସିଛି। ଅପରପକ୍ଷେ କୁକୁରଙ୍କୁ ଥଇଥାନ ପାଇଁ ଉପଯୁକ୍ତ ଜାଗା ଖୋଜା ଚାଲିଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜାଗା ଦେବାକୁ ଚିଠି ଲେଖିଛୁ। ବୁଲାକୁକୁର ଉପରେ ବିଏମ୍ସି ତରଫରୁ ଯାହା ଆବଶ୍ୟକ ପଦକ୍ଷେପ ନେବା କଥା ନିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/14/fshfshfhxb-2026-01-14-03-54-53.jpg)