କେଡ଼େ ନିର୍ମମ! କୁକୁରକୁ ଜିଅନ୍ତା ଜାଳିଦେଲେ ମହିଳା, ଥାନାରେ ଏତଲା

କେଡ଼େ ନିର୍ମମ! କୁକୁରକୁ ଜିଅନ୍ତା ଜାଳିଦେଲେ ମହିଳା, ଥାନାରେ ଏତଲା

Pixabay

ଭୁବନେଶ୍ବର : ଖଣ୍ଡିଗିରି ଅଞ୍ଚଳରେ କୁକୁରକୁ ଗୁଳି କରି ହତ୍ୟା ଘଟଣାକୁ ଦୁଇ ଦିନ ନ ପୂରୁଣୁ ଶନିବାର ଦିନ ଆଉ ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ବୁଦ୍ଧେଶ୍ବରୀ ମନ୍ଦିର ନିକଟର ଜଣେ ମହିଳା କୁକୁରକୁ ଜିଅନ୍ତା ଜାଳି ଦେଇଛନ୍ତି। ଏହି ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେବା ହିଁ ସଂକଳ୍ପ’ ପକ୍ଷରୁ ଏତଲା ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମହିଳାଙ୍କୁ ଥାନାକୁ ନେଇ ପଚରାଉଚରା କରିଛି। କୁକୁରକୁ ଜାଳିଦେବା ଘଟଣା ସେ ସ୍ବୀକାର କରିଥିବା ସୂଚନା ମିଳିଛି।

publive-image

ମିଳିଥିବା ସୂଚନା ଅନୁସାରେ, ମହିଳା ଏକୁଟିଆ ରୁହନ୍ତି। କାମ କରି ଚଳନ୍ତି। ଘରେ ନ ଥିବା ବେଳେ କୁକୁର ତାଙ୍କ ଘରେ ପଶି ଖାଦ୍ୟ ଖାଇଦିଏ। ଏହାକୁ ନେଇ ପୂର୍ବରୁ ମଧ୍ୟ ସେ ଅନେକଥର କୁକୁରକୁ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ୍ ହେବା ସହ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। କିନ୍ତୁ ଏଥର ତାଙ୍କ ବର୍ବରତା ସବୁ ସୀମା ଟପି ଯାଇଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ଗୋଟିଏ କୁକୁରକୁ ମହିଳାଜଣଙ୍କ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଥିଲେ। ଖବର ପାଇ ସ୍ବେଚ୍ଛାସେବୀ ସଂସ୍ଥାର କର୍ମଚାରୀମାନେ ପହଞ୍ଚି ମୃତ କୁକୁର ଶବକୁ ଜବତ କରିଥିଲେ। ଉଲ୍ଲେଖଯୋଗ୍ୟ, ଗତ ୧୯ତାରିଖରେ ଜାଗମରା ଅଞ୍ଚଳରେ ଗୋଟିଏ କୁକୁରକୁ ଗୁଳି କରି ହତ୍ୟା କରାଯାଇଥିଲା। କୁକୁଡ଼ା ଖାଇ ଦେବାରୁ ଦୋକାନ ମାଲିକ ଦୁଇଟି କୁକୁରକୁ ଗୁଳି କରିଥିଲେ। ଗୋଟିକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ ଗୁରୁତର ହୋଇଥିଲା। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବାରୁ ପୁଲିସ ମାମଲା ରୁଜୁ କରିଥିଲା। ଉକ୍ତ ଘଟଣାର ଅଭିଯୁକ୍ତ ଫେରାର୍‌ ହୋଇଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe