ଭୁବନେଶ୍ୱର : ନୟାପଲ୍ଲୀ ବେହେରା ସାହି ରାଧାମୋହନ ଉନ୍ନୟନ କମିଟି ଏବଂ ଶ୍ରୀକୃଷ୍ଣ କ୍ଲବ୍ର ମିଳିତ ଆନୁକୂଲ୍ୟରେ ୪୦ତମ ଦୋଳ ମହୋତ୍ସବ ଶ୍ରୀକୃଷ୍ଣ କ୍ଲବ୍ ପରିସରରେ ଅନୁଷ୍ଠିତ ହେବ। ୯ ଦିନ ବ୍ୟାପୀ ଭଜନ, ନୃତ୍ୟ, ସଂକୀର୍ତନ, ପାଲା ସମେତ ୪ଦିନ ନାଟକ ପ୍ରତିଯୋଗିତା ଆୟୋଜନ କରାଯିବ। ୧୨ରୁ ୧୫ପର୍ଯ୍ୟନ୍ତ ନାଟକ ଅନୁଷ୍ଠିତ ହେବ। ୧୨ ତାରିଖରେ ନାଟକ ’ଏମିତି କେମିତି ହେଲା’, ୧୩ରେ ’ଏମିତି କାହାଣୀ କେବେ ଶୁଣିନି’, ୧୪ରେ ‘ଜନମେ ଜନମେ ଭଉଣୀ ଭାଇ’ ଏବଂ ୧୫ରେ ’କାହାଣୀ ଲାଗୁଛି ନୂଆ’ ନାଟକ ମଂଚସ୍ଥ ହେବ। ଶ୍ରୀକୃଷ୍ଣ କ୍ଲବ୍ ପରିସରରେ ସମସ୍ତ ନାଟକ ମଂଚସ୍ଥ କରାଯିବ। ଏହି ଅବସରରେ କିଛି ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯିବ ବୋଲି ଶ୍ରୀକୃଷ୍ଣ କ୍ଲବ୍ର ସମ୍ପାଦକ ନବକିଶୋର ବେହେରା ସୂଚନା ଦେଇଛନ୍ତି। ଶ୍ରୀକୃଷ୍ଣ କ୍ଲବ୍ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କାହ୍ନ ମହାକୁଡ଼, ଦେବେନ୍ଦ୍ର ମହାକୁଡ଼, ପ୍ରକାଶ ବେହେରା, ଖଗେନ୍ଦ୍ର ବେହେରା, ନବୀନ ବେହେରା, ବିଷ୍ଣୁ ବେହେରା, ଭାଗ୍ୟଧର ବେହେରା, ଶ୍ରୀଧର ବେହେରା, କାର୍ତିକ ବେହେରା, ଅଜିତ ବେହେରା, ଚରଣ ବେହେରା, ସନ୍ତୋଷ ମହାକୁଡ଼, ମିଥୁନ୍ ବେହେରା, ମନୋଜ ବେହେରା, ମନୁଆ ବେହେରା ଏବଂ ସର୍ବେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଥିଲେ।
ବେହେରା ସାହିରେ ହେବ ୯ ଦିନିଆ ଦୋଳ ମହୋତ୍ସବ
Advertisment
Follow Us