ରାସ୍ତାପାର୍ଶ୍ବରେ ଘରୋଇ ଟ୍ରାନ୍ସଫର୍ମର: ବଡ଼ ବଡ଼ିଆଙ୍କୁ ସବୁ ମାଫ୍‌, ପିଡବ୍ଲ୍ୟୁଡି, ବିଡିଏ, ବିଏମ୍‌ସି, ବିଦ୍ୟୁତ୍‌ ବିଭାଗ ଚୁପ୍‌

Advertisment

ନିଜ ଜମିରେ ଘର କରିଛନ୍ତି। ଭଡ଼ା ଲଗାଇ ଅର୍ଥ ଉପାର୍ଜନ କରୁଛନ୍ତି। ହେଲେ ବିଲ୍‌ଡିଂକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ କ୍ୟାମ୍ପସ ଭିତରେ ଟ୍ରାନ୍ସଫର୍ମର ବସାଇ ନାହାନ୍ତି। ବରଂ ପାଚେରି ବାହାରେ ସରକାରୀ ଜମିରେ ଟ୍ରାନ୍ସଫର୍ମର ବସାଇ ସର୍ବସାଧାରଣଙ୍କ ଚଳପ୍ରଚଳ ପାଇଁ ଥିବା ରାସ୍ତାକୁ ଅକ୍ତିଆର କରି ନେଇଛନ୍ତି।

ନିଜ ଜମିରେ ଘର କରିଛନ୍ତି। ଭଡ଼ା ଲଗାଇ ଅର୍ଥ ଉପାର୍ଜନ କରୁଛନ୍ତି। ହେଲେ ବିଲ୍‌ଡିଂକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ କ୍ୟାମ୍ପସ ଭିତରେ ଟ୍ରାନ୍ସଫର୍ମର ବସାଇ ନାହାନ୍ତି। ବରଂ ପାଚେରି ବାହାରେ ସରକାରୀ ଜମିରେ ଟ୍ରାନ୍ସଫର୍ମର ବସାଇ ସର୍ବସାଧାରଣଙ୍କ ଚଳପ୍ରଚଳ ପାଇଁ ଥିବା ରାସ୍ତାକୁ ଅକ୍ତିଆର କରି ନେଇଛନ୍ତି।

sdxccd

ଚନ୍ଦ୍ରଶେଖରପୁର: ନିଜ ଜମିରେ ଘର କରିଛନ୍ତି। ଭଡ଼ା ଲଗାଇ ଅର୍ଥ ଉପାର୍ଜନ କରୁଛନ୍ତି। ହେଲେ ବିଲ୍‌ଡିଂକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ କ୍ୟାମ୍ପସ ଭିତରେ ଟ୍ରାନ୍ସଫର୍ମର ବସାଇ ନାହାନ୍ତି। ବରଂ ପାଚେରି ବାହାରେ ସରକାରୀ ଜମିରେ ଟ୍ରାନ୍ସଫର୍ମର ବସାଇ ସର୍ବସାଧାରଣଙ୍କ ଚଳପ୍ରଚଳ ପାଇଁ ଥିବା ରାସ୍ତାକୁ ଅକ୍ତିଆର କରି ନେଇଛନ୍ତି। ନୀଳାଦ୍ରିବିହାର ଅଞ୍ଚଳରେ ଏଭଳି ଭାବେ ସରକାରୀ ଜମିକୁ ବଡ଼ ବଡ଼ିଆମାନେ ଏମିତି ହାତେଇ ନେଇଛନ୍ତି। କେବଳ ନୀଳାଦ୍ରିବିହାର ନୁହେଁ, ରାଜଧାନୀର ବିଭିନ୍ନ ସ୍ଥାନରେ ଏକର ଏକର ସରକାରୀ ଜମିକୁ ସର୍ବସମ୍ମୁଖରେ ଅକ୍ତିଆର କରାଯାଉଥିଲେ ମଧ୍ୟ କେହି ମୁହଁ ଖୋଲୁ ନାହାନ୍ତି। ପିଡବ୍ଲ୍ୟୁଡି ଅଧିକାରୀମାନେ ସବୁ ଦେଖି ଚୁପ୍‌ ବସିଯାଉଥିବା ବେଳେ ବିଡିଏ, ବିଏମ୍‌ସି ପରି ସଂସ୍ଥା ଆଖି ବୁଜି ଦେଇଛନ୍ତି। ପରିଣାମ ସ୍ବରୂପ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ଟ୍ରାନ୍ସଫର୍ମର ବ୍ୟତୀତ ପିଡବ୍ଲ୍ୟୁଡିର ବିନା ଅନୁମତିରେ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ପାଇଁ କେଉଁଠି ରାସ୍ତା ଖୋଳାଯାଉଛି ତ ଆଉ କେଉଁଠି କେବୁଲ୍‌ ବିଛାଇବାକୁ ତଡ଼ା ହେଉଛି। ମାସ ମାସ ବିତିଯାଉଥିଲେ ମଧ୍ୟ ରାସ୍ତା ମରାମତି ହେଉ ନାହିଁ। ଉଠାଦୋକାନୀ କେଉଁଠି ରାସ୍ତାପାର୍ଶ୍ବରେ ଦୋକାନ ପକାଇଲେ ବିଡିଏ ଓ ବିଏମ୍‌ସି ଉଚ୍ଛେଦ କରିବାକୁ ଧାଇଁ ଆସୁଛନ୍ତି। ମାତ୍ର ସର୍ବସମ୍ମୁଖରେ ସରକାରୀ ଜମିକୁ କିଛି ସ୍ବାର୍ଥନ୍ୟସ୍ତ ବ୍ୟକ୍ତି ମାଡ଼ି ବସିଥିଲେ ମଧ୍ୟ କେହି ମୁହଁ ଖୋଲୁ ନଥିବାରୁ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ପିଡବ୍ଲ୍ୟୁଡି, ବିଡିଏ, ବିଏମ୍‌ସି, ବିଦ୍ୟୁତ୍‌ ବିଭାଗ ଚୁପ୍‌
ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ବରିଷ୍ଠ ନାଗରିକ

ସରକାରୀ ଜମିକୁ କିଭଳି ଜବରଦଖଲ କରାଯାଇଛି ସେନେଇ ସହରର କେତେଜଣ ସଚେତନ ନାଗରିକ ପ୍ରମାଣ ସହ ଶକ୍ତି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ କେୟାର ହସ୍ପିଟାଲରୁ ବୁଦ୍ଧ ପାର୍କ ଦେଇ ଉତ୍କଳ ହସ୍ପିଟାଲକୁ ସଂଯୋଗ କରୁଥିବା ରାସ୍ତାର ଏକାଧିକ ସ୍ଥାନରେ ଜବରଦଖଲ ହୋଇଛି। ନିଜ ବିଲଡିଂ ଓ ଆପାର୍ଟମେଣ୍ଟକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ପିଡବ୍ଲ୍ୟୁଡି ରାସ୍ତାରେ ଟ୍ରାନ୍ସଫର୍ମର ବସାଇଛନ୍ତି। ପିଡବ୍ଲ୍ୟୁଡି ବିଭାଗଠାରୁ କୌଣସି ପ୍ରକାର ଅନୁମତି ନ ଆଣି ସେମାନେ ମନଇଚ୍ଛା ରାସ୍ତାପାର୍ଶ୍ବରେ ଟ୍ରାନ୍ସଫର୍ମର ବସାଇ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ସର୍ବସାଧାରଣ ରାସ୍ତାକୁ ଜବରଦଖଲ କରି ସ୍ଥାୟୀ ଭାବେ ଟ୍ରାନ୍ସଫର୍ମର ବସାଇଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନେ ଚୁପ୍‌ ବସିଛନ୍ତି। 

ବିଡିଏର କାର୍ଯ୍ୟକଳାପ ନେଇ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ବିଲଡିଂ ପ୍ଲାନ୍‌ ଅନୁମତି ସମୟରେ ବିଡିଏ ପକ୍ଷରୁ ଟ୍ରାନ୍ସଫର୍ମର ବସାଇବା ସ୍ଥାନ ଚିହ୍ନଟ ହେଉ ନାହିଁ କି? ଯଦି ଅନୁମୋଦନ ସମୟରେ ଟ୍ରାନ୍ସଫର୍ମର ବସାଇବାକୁ ସ୍ଥାନ ରହିଛି ତେବେ ସର୍ବସାଧାରଣ ରାସ୍ତାପାର୍ଶ୍ବରେ କିଭଳି ଟ୍ରାନ୍ସଫର୍ମର ବସାଯାଉଛି? ବିଡିଏ ତାହାକୁ ଉଚ୍ଛେଦ କରିବା ଦିଗରେ କାହିଁକି ପଦକ୍ଷେପ ନେଉନି? ନା ବାବୁମ‌ାନେ ଅର୍ଥ ପକାଇ ଚୁପ୍‌ ବସି ପଡ଼ୁଛନ୍ତି? ଲୋକଙ୍କ ସେବା ଯୋଗାଇବାକୁ ଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଯେପରିକି ପିଡବ୍ଲ୍ୟୁଡି, ବିଏମ୍‌ସି ଓ ବିଡିଏ ଅଧିକାରୀଙ୍କ ନିରବତାକୁ ନେଇ ବରିଷ୍ଠ ନାଗରିକମାନେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଟିପିସିଓଡିଏଲ୍‌ ପକ୍ଷରୁ ପ୍ରତିଷ୍ଠା ହେଉଥିବା ଟ୍ରାନ୍ସଫର୍ମରଗୁଡ଼ିକ ସର୍ବସାଧାରଣ ଜାଗା/ରାସ୍ତାରେ ନ ବସାଇବାକୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି। ଯେଉଁଠି ନିର୍ମାଣ ହୋଇଛି ତାହାକୁ ତୁରନ୍ତ ହଟାଇବା ଦିଗରେ ପଦକ୍ଷେପ ନେବାକୁ ସେମାନେ ଶକ୍ତି ସଚିବଙ୍କୁ ଲିଖିତ ଆକାରରେ ଅନୁରୋଧ କରିଛନ୍ତି। ଏଥିସହ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ବିଡିଏ ଓ ବିଏମ୍‌ସି ମିଳିତ ଭାବେ ସର୍ବସାଧାରଣଙ୍କ ପାଇଁ ବ୍ୟବହୃତ ହେବାକୁ ଥିବା ଜାଗା‌ର ସୁରକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଆଣ୍ଟି ଲ୍ୟାଣ୍ଡ ଗ୍ରାବିଂ ଆକ୍ଟ ଲାଗୁ କରିବାକୁ ୨୦୧୭ରୁ ଯୋଜନା ହୋଇଥିଲେ ମଧ୍ୟ ତାହା ନାଲି ଫିତା ତଳେ ପଡ଼ିରହିଛି। ଭୁବନେଶ୍ବରରେ ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ସ୍ବର ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe