ସପ୍ତାହକରେ ୬୨୧ ମଦ୍ୟପ ଗଣିଛନ୍ତି ତଣ୍ଡ

ମଦ ଦୋକାନ ସାମନାରୁ ହଟିଲା ଚାଖଣା ଦୋକାନ, ଆହୁରି ଚଢ଼ଉ ହେବ: ଡିସିପି

ମଦ ଦୋକାନ ସାମ୍‌ନା ଓପନ୍‌ବାର

Wine - LoveToKnow

ଭୁବନେଶ୍ୱର: ‘ମତୁଆଲା ମଦ୍ୟପ, ପୁଲିସ ଚୁପ୍‌’- ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ କମିସନରେଟ୍‌ ପୁଲିସ ତପ୍ତରତା ଦେଖାଇଛି। ଡିସିପି ଅନୁପ ସାହୁଙ୍କ ନେତୃତ୍ୱରେ ୫ଟି ଟିମ୍‌ ଗଠନ କରାଯାଇ ରାଜଧାନୀର ବିଭିନ୍ନ ମଦ ଦୋକାନ ସମ୍ମୁଖରେ ଚଢ଼ଉ କରାଯାଇଛି। ଗତ ସପ୍ତାହକରେ ହୋଇଥିବା ଏହି ଚଢ଼ଉରେ ପାଖାପାଖି ୬୨୧ ଜଣ ମଦ୍ୟପ ମଦ ଦୋକାନ ସମ୍ମୁଖରେ ମଦ୍ୟପାନ କରୁଥିବାବେଳେ ଧରା ପଡ଼ିଛନ୍ତି। ସେମାନଙ୍କଠାରୁ ୩ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହା ଛଡ଼ା ମଦ ଦୋକାନ ସମ୍ମୁଖରେ ଚାଖଣା ବିକ୍ରି କରୁଥିବା ଉଠା ବ୍ୟବସାୟମାନଙ୍କୁ ମଧ୍ୟ ପୁଲିସ ତଡ଼ି ଦେଇଛି। ଏଭଳି ଚଢ଼ଉ ଜାରି ରହିବ ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ଏଠାରେ ପ୍ରକାଶଥାଉକି, ନିୟମ ରହିଛି କେହି ମଦ ଦୋକାନ ସମ୍ମୁଖରେ ମଦ ପିଇ ପାରିବେ ନାହିଁ। ଏପରିକି ମଦ ଦୋକାନ ସମ୍ମୁଖରେ କେହି ଚାଖଣା, ପାଣି ପାଉଚ୍‌, ଡିସପୋଜାଲ୍‌ ଗ୍ଲାସ ମଧ୍ୟ ବିକ୍ରି କରି ପାରିବେ ନାହିଁ। ଏହି ନିୟମ କେବଳ ନିୟମରେ ହିଁ ରହି ଯାଇଛି। ଏଭଳି ନିୟମକୁ ଆଉ କେହି ଖାତିର କରୁନାହାନ୍ତି। ମଦ ଦୋକାନ ସମ୍ମୁଖ ଏବେ ପାଲଟି ଯାଇଛି ଓପନବାର। ରାମମନ୍ଦିର, ଇନ୍‌ଫୋସିଟି ବିଗବଜାର ସମ୍ମୁଖ ଓ ସିଆର୍‌ପି ଛକରେ ସ୍ଥିତି ଅସମ୍ଭାଳ। ସତେ ଜେମିତି ମେଳା ଲାଗିଛି। ମଦ୍ୟପାନ କରି ମତୁଆଲା ହୋଇ ରାଜଧାନୀରେ ଆତଙ୍କ ସୃଷ୍ଟି କରୁଛନ୍ତି ନିଶାସକ୍ତ ଯୁବକ। ଏଭଳି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ କମିସନରେଟ ପୁଲିସ ପକ୍ଷରୁ ଖାରବେଳନଗର ଥାନା ଅଧୀନ ରାମମନ୍ଦିର ସମ୍ମୁଖ, ମାଷ୍ଟରକ୍ୟାଣ୍ଟିନ୍‌, କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗର, ଫାଳିକିଆ ବସ୍ତି ନିକଟ, କଟକରୋଡ୍‌ରେଥିବା ଏକାଧିକ ମଦଦୋକାନ, ନୂଆପଲ୍ଲୀ, ବରମୁଣ୍ଡା, ୟୁନିଟ-୪, ପଳାସୁଣି, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ବିଗ ବଜାର ନିକଟ ଏକାଧିକ ମଦ ଦୋକାନ ଆଗରେ ପୁଲିସ ଚଢ଼ଉ ଜାରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe