କରୋନା କଟକଣାକୁ ଫୁ’: ବିନା ମାସ୍କରେ କର୍ମୀଙ୍କ ସହ ପ୍ରଚାର କଲେ ସାଂସଦ ଅପରାଜିତା

Advertisment
କରୋନା କଟକଣାକୁ ଫୁ’: ବିନା ମାସ୍କରେ କର୍ମୀଙ୍କ ସହ ପ୍ରଚାର କଲେ ସାଂସଦ ଅପରାଜିତା

ବାଲିଅନ୍ତା: ବା‌ଲିଅନ୍ତା ବ୍ଲକ ଅଞ୍ଚଳରେ ଏବେ ରାଜନୈତିକ ଉଷ୍ମତା ଜୋର୍‌ ଧରିଛି। ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବିଜୟୀ କରିବା ଲାଗି ହେଭିୱେଟ୍‌ ନେତାମାନେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ହେଲେ କରୋନା କଟକଣା ନିୟମକୁ ଉଲ୍ଲଂଘନ କରି ବିଜେପି ପକ୍ଷରୁ ପଦଯାତ୍ରା, ବାଇକ୍‌ ଶୋଭାଯାତ୍ରା ଏବଂ ଖୋଲା ଜିପ୍‌ରେ ପ୍ରଚାରକୁ ସବୁମହଲରେ ନାପସନ୍ଦ କରାଯାଇଛି। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କରୋନା ନିୟମକୁ ଉଲ୍ଲଂଘନ କରି ଦଳୀୟ ପ୍ରାର୍ଥୀଙ୍କ ସହ ବିଭିନ୍ନ ପଞ୍ଚାୟତରେ ଆଜି ପ୍ରଚାର କରିଥିଲେ। କୋଭିଡ୍‌ କଟକଣା ପାଇଁ ପ୍ରାର୍ଥୀମାନେ ସର୍ବାଧିକ ୫ଜଣ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିବା ପାଇଁ ନିୟମ କରାଯାଇଥିବା ବେଳେ ସ୍ଥାନୀୟ ୧୮ ନମ୍ବର ଜୋନ୍‌ରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଥିଲା।

ଶତାଧିକ କର୍ମୀ ଓ ସମର୍ଥକଙ୍କ ଗହଣରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଦଳୀୟ ପ୍ରାର୍ଥୀ ଦିଲ୍ଲୀପ କୁମାର ବେହେରାଙ୍କ ପାଇଁ ଭୋଟ୍‌ଭିକ୍ଷା କରିଥି‌ଲେ। ଶ୍ରୀମତୀ ଷଡ଼ଙ୍ଗୀ ପୂର୍ବାହ୍ନ ୧୦ଟାରେ କେନ୍ଦୁବିଲ୍ବସ୍ଥିତ ଜୟଦେବ ପୀଠରେ ପହଞ୍ଚି ଜୟଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି ପ୍ରଚାର ଅଭିଯାନର ଶୁଭାରମ୍ଭ କରିଥିଲେ। ସେଠାରୁ ସେ ମହୁଖଣ୍ଡା, କୋଳଥପିଠା, ନୂଆସାହି, ପ୍ରତାପରୁଦ୍ରପୁର, କାକରୁଦ୍ରପୁର, ଜଗନ୍ନାଥପୁର, ଖମଙ୍ଗ, ଷଠିଲୋ, ଗଣ୍ଡିଲୋ, ସୁଧଷଡ଼ଙ୍ଗୀ, ସରକଣା ଓ ବାଲିଗୁଣ୍ଡି ଆଦି ଗ୍ରାମରେ ପ୍ରଚାର କରିଥିଲେ। ଏହି ଅବସରରେ ସାଂସଦଙ୍କ ନିର୍ବାଚନମଣ୍ଡଳୀସ୍ତରୀୟ ପ୍ରତିନିଧି ତାପସ ଜେନା, ଶିବ ମଲ୍ଲିକ, ରିମା ପାଣି, ବସନ୍ତ ନାୟକ, ନନ୍ଦ କିଶୋର ଦାଶ, ସଞ୍ଜୟ ତ୍ରିପାଠୀ, ଭରତ ଦାଶ, ଯଶୋବନ୍ତ ପଟ୍ଟନାୟକଙ୍କ ସମେତ ଚୌଧୁରୀ ବିଜୟରାମ ଦାଶ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe