ଦ୍ବାଦଶୀ ପିତୃପକ୍ଷ ଶ୍ରାଦ୍ଧ ପାଇଁ ବିପୁଳ ସମାଗମ, ଅମାବାସ୍ୟାରେ ସ୍ଥିତି ଅସମ୍ଭାଳ ହେବ

Advertisment

ରକ୍ଷା ହେଉନି କୋଭିଡ୍‌ କଟକଣା

ରକ୍ଷା ହେଉନି କୋଭିଡ୍‌ କଟକଣା

ଦ୍ବାଦଶୀ ପିତୃପକ୍ଷ ଶ୍ରାଦ୍ଧ ପାଇଁ ବିପୁଳ ସମାଗମ, ଅମାବାସ୍ୟାରେ ସ୍ଥିତି ଅସମ୍ଭାଳ ହେବ

ଭୁବନେଶ୍ବର: ପ୍ରତିପଦାରୁ ଅପର ପକ୍ଷ ଚାଲିଥିବା ବ‌େଳେ ପିତୃପକ୍ଷ ଶ୍ରାଦ୍ଧ ପାଇଁ ଆଉ ମାତ୍ର ୩ ଦିନ ବାକି। ତେଣୁ ଅମାବାସ୍ୟା ଯେତେ ପାଖଉଛି ବିନ୍ଦୁ ସାଗର କୂଳରେ ମହାଳୟା ଶ୍ରାଦ୍ଧ ପାଇଁ ଜନସମାଗମ ବଢ଼ିବଢ଼ି ଚାଲିଛି। ଆଜି ଦ୍ବାଦଶୀ ଶ୍ରାଦ୍ଧ ଥିବା ବେଳେ ବହୁ ଲୋକଙ୍କ ସମାଗମ ହୋଇଥିଲା। ଏହା ମଧ୍ୟରେ କୋଭିଡ୍‌ କଟକଣା ପାଳନ ହୋଇପାରିନଥିଲା। ପଣ୍ଡିତ ସତ୍ୟବ୍ରତ ମିଶ୍ରଶର୍ମା କହିଛନ୍ତି, ପିତୃପକ୍ଷ ଶ୍ରାଦ୍ଧ ପ୍ରତିପଦାରୁ ଆରମ୍ଭ ହୋଇ ଅମାବାସ୍ୟା ପର୍ଯ୍ୟନ୍ତ ଚାଲେ। ମୁଖ୍ୟତଃ ୩ଟି ଋଣ ପିତୃ ଋଣ, ଦେବ ଋଣ ଓ ଋଷି ଋଣ ପରିଶୋଧ ପାଇଁ ଏହି ଶ୍ରାଦ୍ଧ ଦେବାର ପରମ୍ପରା ରହିଆସିଛି। ଏଣେ ଶ୍ରାଦ୍ଧ ପାଇଁ ଆଉ ମାତ୍ର ୩ ଦିନ ସମୟ ବାକି ଅଛି। ତେଣୁ ଏଣିକି ଶ୍ରାଦ୍ଧ ପକାଇବା ପାଇଁ ଭିଡ଼ ବଢ଼ି ଚାଲିବ। ୧୭ ତାରିଖ ଅମାବାସ୍ୟାରେ ବହୁ ସଂଖ୍ୟାରେ ଲୋକେ ଶ୍ରାଦ୍ଧ ପକାଇବାକୁ ଆସିବେ। ଆଜି ଦ୍ବାଦଶୀରେ ଏତେ ଭିଡ଼ ହୋଇଥିବା ବେଳେ ଅମାବାସ୍ୟାରେ ସ୍ଥିତି ଅସମ୍ଭାଳ ହେବ ବୋଲି ଆକଳନ କରାଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe