ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଜୟନ୍ତୀ ଓ ତିରୋଧାନ ବ୍ୟତୀତ ବର୍ଷତମାମ ଏହି ପ୍ରତିମୂର୍ତ୍ତିଗୁଡ଼ିକ ଉପରେ କାହାର ନଜର ପଡ଼େ ନାହିଁ। ନା ରାଜନୈତିକ ବ୍ୟକ୍ତିବିଶେଷ ନା ପ୍ରଶାସନ; ରକ୍ଷଣାବେକ୍ଷଣ କରିବା ତ ଦୂରର କଥା, ପାଣି ଟୋପେ ଢାଳିବାକୁ ମଧ୍ୟ କାହାରି ପାଖରେ ସମୟ ନାହିଁ। ସ୍ଥିତି ଏମିତି ଯେ କିଛି ପ୍ରତିମୂର୍ତ୍ତି ଗଛ ଆଢ଼ୁଆଳରେ ରହି କାଉ, କୋଇଲିଙ୍କ ମଳରେ ରଙ୍ଗହରା ହୋଇଗଲାଣି। ସେହିପରି ରକ୍ଷଣାବେକ୍ଷଣ ଅଭାବରୁ ଅନେକଙ୍କୁ ଚିହ୍ନିବା କଷ୍ଟକର। ଆଉ କିଛି ପ୍ରତିମୂର୍ତ୍ତି ପାଖକୁ ଯିବା ରାସ୍ତା ବନ୍ଦ ହୋଇଯାଇଛି। ଅନାବନା ଘାସ, କଣ୍ଟା, ଗଛ ଡାଳ ଆଦି ରାସ୍ତା ଅବରୋଧ କରୁଛି। ମହାପୁରୁଷଙ୍କ ପ୍ରତିମୂର୍ତ୍ତି ପ୍ରତି ଏପରି ଅବହେଳା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।
ଅବହେଳିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଏ କି ପୂଜ୍ୟପୂଜା?
Advertisment
Follow Us