‘ଟିକା ନେବା ପରେ କରୋନା ହେଲେ ଦ୍ବିତୀୟ ଡୋଜ୍ ନିଅନ୍ତୁନି’

Advertisment

ସକାଳ ୯ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଟିକାଦାନ

ସକାଳ ୯ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଟିକାଦାନ

ଟିକା ନେବାକୁ ସ୍ବାସ୍ଥ୍ୟକର୍ମୀ ଅମଙ୍ଗ କାହିଁକି?

ଭୁବନେଶ୍ବର: ଓଡ଼ିଶାରେ ଏବେ ଦୁଇଟି କରୋନା ଟିକା ପହଞ୍ଚିସାରିଛି। ଆସନ୍ତା ୧୬ତାରିଖରେ ରାଜ୍ୟବ୍ୟାପୀ ଟିକାକରଣ ଆରମ୍ଭ ହେବ। ଯେଉଁମାନେ ଟିକାର ପ୍ରଥମ ଡୋଜ୍ ନେବାର କିଛିଦିନ ପରେ କରୋନା ସଂକ୍ରମିତ ହେବେ ସେମାନେ ଦ୍ବିତୀୟ ଡୋଜ୍ ଠିକ୍ ସମୟରେ ନେଇପାରିବେ ନାହିଁ। କରୋନାରୁ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ଏସ୍‌ସିବି ଭେଷଜ ବିଭାଗର ମୁଖ୍ୟ ଡା.ଜୟନ୍ତ ପଣ୍ଡା। ଆଜି ସାମ୍ବାଦିକ ସମ୍ମିଳନୀରେ ଡା.ପଣ୍ଡା କହିଲେ, ରାଜ୍ୟର ୧୬୦ଟି କେନ୍ଦ୍ରରେ ଟିକାଦାନର ବ୍ୟବସ୍ଥା କରାଯାଇଛି। ପ୍ର‌ତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ଜଣଙ୍କୁ ଟିକା ଦିଆଯିବ।

ଯଦି କମ୍ ହିତାଧିକାରୀ ଥାଆନ୍ତି ତାହାଲେ ୨/୩ଟି କେନ୍ଦ୍ରକୁ ମିଶାଇ ଗୋଟିଏ କେନ୍ଦ୍ର କରାଯାଇ ପାରିବ। ସକାଳ ୯ଟାରୁ ଟିକାଦାନ ଆରମ୍ଭ ହୋଇ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ। ଯାହାକୁ ଯେଉଁଦିନ ଟିକା ନେବା ପାଇଁ ମେସେଜ୍ ଯାଇଥିବା ସେହି ବ୍ୟକ୍ତି ଜଣକ ସେହିଦିନ ହିଁ ଟିକା ନେଇପାରିବେ। ଯଦି କୌଣସି କାରଣ ବଶତଃ ସେହିଦିନ ଟିକା ନେବା ପାଇଁ ଆସି ନ ପାରି‌ବେ ତା’ହେଲେ ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ହେବ। ୧୬ତାରିଖ ଦିନ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟାକୁ ନେଇ ଅଧିକ କେନ୍ଦ୍ର ସୃଷ୍ଟି କରାଯିବ। ଯେପରି ସମସ୍ତଙ୍କ ଟିକାଦାନ ଗୋଟିଏ ସପ୍ତାହ ଭିତରେ ଶେଷ କରାଯିବ, ସେନେଇ ଉଦ୍ୟମ କରାଯିବ। ଗୋଟିଏ କେନ୍ଦ୍ରରେ ଅଧିକ ସଂଖ୍ୟକ ହିତାଧିକାରୀ ରହିଥିଲେ ସେଠାରେ ବୟସ୍କଙ୍କୁ ଗୁରୁତ୍ବ ଦିଆଯିବ। କମ୍ ବୟସ୍କଙ୍କୁ ପରେ ଟିକା ଦିଆଯାଇ ପାରିବ। ଟିକାଦାନ ସଂପର୍କରେ ତଥ୍ୟ ପାଇଁ ପଞ୍ଜୀକୃତ ମୋବାଇଲରେ ସୂଚନା ଦିଆଯିବ। ଏହାସହ ୧୦୪କୁ କଲ୍ କରି ଟିକାଦାନ ସଂପର୍କରେ ତଥ୍ୟ ନେଇପାରିବେ ବୋଲି ଡା.ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe