ଚନ୍ଦ୍ରଶେଖରପୁର : କବାଟ ଲକ୍‌ ହୋଇଗଲା, ଚୋର ଫସିଗଲା

Advertisment
ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ଚନ୍ଦ୍ରଶେଖରପୁର : ଚୋର ଜାଣିନଥିଲା ଯେ ସେନ୍‌ସର ଲାଗିଥିବା କବାଟ ଆପେ ଆପେ ଲକ୍‌ ହୋଇଯାଏ ଓ ବିନା ଚାବିରେ ଆଉ ଖୋଲେ ନାହିଁ। ଗତ ରାତିରେ ସେମିତି ସେନ୍‌ସର ଯୁକ୍ତ କବାଟ ଥିବା ଏକ ଘରେ ଚୋର ପଶିଗଲା। ମାତ୍ର କବାଟ ଲକ୍‌ ହୋଇଯିବାରୁ ଆଉ ବାହାରି ପାରିଲା ନାହିଁ। ଫଳରେ ଆପେ ଆପେ ବନ୍ଦୀ ହୋଇ ରହି ଯାଇଥିବା ଚୋରଟି ପର ଦିନ ସକାଳୁ ଧରା ପଡ଼ିଯାଇଥିଲା। ଏମିତି ଏକ ଘଟଣା ଆଜି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଥାନା ଗିରଫ କରିଥିବା ଉକ୍ତ ଚୋର ହେଉଛି ସମୀର ମହାନ୍ତି(୧୯)।

ସୂଚନାନୁସାରେ ଗତକାଲି ରାତିରେ ସମୀର ନୀଳାଦ୍ରିବିହାର ସେକ୍ଟର-୨ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲା। କିନ୍ତୁ କବାଟ ଆପେ ଆପେ ଲକ୍ ହୋଇଗଲା। ସମୀର ବାହାରିବା ରାସ୍ତା ପାଇଲା ନାହିଁ। ତେଣୁ ବାଧ୍ୟ ହୋଇ ସେ ସକାଳ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଘର ମାଲିକ ଫେରିବା ପର୍ଯ୍ୟନ୍ତ ଭିତରେ ରହିଲା। ସକାଳୁ ଉକ୍ତ ଘର ମାଲିକ ଫେରିବା ପରେ କବାଟ ଲକ୍‌ ହୋଇଯାଇଥିବା ଦେଖି ଭିତରେ କେହି ପଶିଥିବା ଜାଣିପାରିଥିଲେ। ତେଣୁ ସେ ସୁରକ୍ଷା କର୍ମୀଙ୍କୁ ଡାକିବା ସହ ପାଖ ପଡ଼ୋଶୀମାନଙ୍କୁ ଏକାଠି କରାଇଥିଲେ। କବାଟ ଲକ୍‌ ଖୋଲିବା ପରେ ସମୀରକୁ ଦେଖିବାକୁ ମିଳିଥିଲା। ବହେ ଛେଚିବା ପରେ ସେମାନେ ପୁଲିସକୁ ଡାକି ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe