ଉଦ୍ଦେଶ୍ୟ ପୂରଣ କରିପାରୁନି ଡବଲ୍‌ ଡେକର୍‌ ବସ୍‌

Advertisment

ଦୁଇ ମହଲା ବସ୍‌ରେ ଶ୍ରୀକ୍ଷେତ୍ର, ଧଉଳି ଭଳି ଐତିହ୍ୟସ୍ଥଳୀକୁ ଭ୍ରମଣରେ ଆସିବେ ପର୍ଯ୍ୟଟକ। ବସ୍‌ ଛାତ ଉପରେ ସେଣ୍ଟ୍ରାଲ ଏସିର ମଜା ନେବା ସହ ଝରକା ନିକଟରୁ ପ୍ରକୃତିର ରୂପ ସଂଦର୍ଶନ କରିବାର ନିଆରା ଅନୁଭବ ନେବେ।

ଦୁଇ ମହଲା ବସ୍‌ରେ ଶ୍ରୀକ୍ଷେତ୍ର, ଧଉଳି ଭଳି ଐତିହ୍ୟସ୍ଥଳୀକୁ ଭ୍ରମଣରେ ଆସିବେ ପର୍ଯ୍ୟଟକ। ବସ୍‌ ଛାତ ଉପରେ ସେଣ୍ଟ୍ରାଲ ଏସିର ମଜା ନେବା ସହ ଝରକା ନିକଟରୁ ପ୍ରକୃତିର ରୂପ ସଂଦର୍ଶନ କରିବାର ନିଆରା ଅନୁଭବ ନେବେ।

fshfshsfhxb

ଭୁବନେଶ୍ଵର: ଦୁଇ ମହଲା ବସ୍‌ରେ ଶ୍ରୀକ୍ଷେତ୍ର, ଧଉଳି ଭଳି ଐତିହ୍ୟସ୍ଥଳୀକୁ ଭ୍ରମଣରେ ଆସିବେ ପର୍ଯ୍ୟଟକ। ବସ୍‌ ଛାତ ଉପରେ ସେଣ୍ଟ୍ରାଲ ଏସିର ମଜା ନେବା ସହ ଝରକା ନିକଟରୁ ପ୍ରକୃତିର ରୂପ ସଂଦର୍ଶନ କରିବାର ନିଆରା ଅନୁଭବ ନେବେ। ରାଜ୍ୟ ସରକାର ପର୍ଯ୍ୟଟକଙ୍କୁ ନିଆରା ଅନୁଭବ ଭେଟି ଦେବା ଉଦ୍ଦେଶ୍ୟରେ ଡବଲ୍‌ ଡେକର୍‌ ବସ୍‌ର ଶୁଭାରମ୍ଭ କରିଥିଲେ। କିଛି ଦିନ ଧରି ଲୋକମାନେ ଏଥିରେ ବସି ମଜା ନେବା ସହିତ ସେଲ୍‌ଫି ଉଠାଇ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କଲେ। ହେଲେ ପୁରୀ ଯିବା ପାଇଁ ସାଧାରଣ ବସ୍‌ଠାରୁ ଦର ୨୫ଟଙ୍କା ଅଧିକ ଏବଂ ସହର ମଧ୍ୟରେ ସାଧାରଣ ଆମ ବସ୍‌(ଏସି)ଠାରୁ ସ୍ଥାନ ଅନୁସାରେ ଦର ୧୦ଟଙ୍କା ଅଧିକ ଥିବାରୁ ଲୋକେ ଏହି ଦୁଇଥାକିଆ ବସ୍‌ ଉପରୁ ମୁହଁ ଫେରାଇଲେଣି। ଫଳରେ ଏଥିରେ କାଁ ଭାଁ ଯାତ୍ରୀ ଯାତ୍ରା କରୁଥିବାର ଦେଖାଯାଉଛି। କେବଳ ସେତିକି ନୁହେଁ ଏହାର ଷ୍ଟପେଜ୍‌ ସଂଖ୍ୟା ସୀମିତ ଥିବାରୁ ମଧ୍ୟ ଏଥିରେ ଯାତ୍ରୀ ସଂଖ୍ୟା କମୁଛି। ଇତିମଧ୍ୟରେ ଖୋର୍ଦ୍ଧାକୁ ଗଡ଼ୁଥିବା ଏହି ଡବଲଡେକର୍‌ ବସ୍‌କୁ ବନ୍ଦ କରିଦିଆଯାଇଛି।

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗତ ଜାନୁଆରି ୬ ତାରିଖରେ ଏହି ସେବାର ଶୁଭାରମ୍ଭ କରିଥିଲେ। ସେତେବେଳେ ୫ଟି ଡବଲ୍‌ ଡେକର ବସ୍‌ ପୁରୀ, ଖୋର୍ଦ୍ଧା, କଟକ ରୁଟ୍‌ରେ ଗଡ଼ିବାର ଯୋଜନା ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ଵରର ଦୁଇଟି ରୁଟ୍‌ ସହିତ ପୁରୀ ଓ ଖୋର୍ଦ୍ଧା ରୁଟ୍‌ରେ ଏହି ବସ୍‌ ଚଳାଚଳ କରୁଥିଲା। ପ୍ରଥମ ପର୍ଯ୍ୟାୟରେ ଡିଡି-୨ ବସ୍ ରେଳଷ୍ଟେସନ୍‌ରୁ ବାଣୀବିହାର ବରମୁଣ୍ଡା ଦେଇ ଖୋର୍ଦ୍ଧାକୁ ଯାଉଥିଲା। ହେଲେ ଚାର୍ଜିଂ ସେଣ୍ଟର ଅଭାବ ଥିବା ଦର୍ଶାଇ ଏହାକୁ ବନ୍ଦ କରିଦିଆଯାଇଛି। ସେହିପରି ଏୟାରପୋର୍ଟରୁ ଶ୍ରୀମନ୍ଦିର ଯାଉଥିବା ଡିଡି-୧ ବସ୍‌ରେ ମଧ୍ୟ ଯାତ୍ରୀଭଡ଼ା ଅଧିକ ହେତୁ ଯାତ୍ରୀସଂଖ୍ୟା କମିବାରେ ଲାଗିଛି। ସେହିପରି ସହର ମଧ୍ୟରେ ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଗାଡ଼କଣ ଡିପୋକୁ ଯାଉଥିବା ଡିଡି ୧ଏସ୍‌ରେ ମଧ୍ୟ ଯାତ୍ରୀ ହେଉନାହାନ୍ତି। ସେହିପରି ନିକଟ ଅତୀତରେ କ୍ରୁଟ୍‌ ପକ୍ଷରୁ ନୂତନ ଡିଜିଟାଲ କାର୍ଡ ସେବା ଆରମ୍ଭ କରାଯାଇଛି। ପୂର୍ବରୁ ଯାତ୍ରୀମାନଙ୍କୁ ୧୫୦୦ଟଙ୍କା ମ୍ୟାଜିକ୍‌ ପାସ୍‌ରେ ଅସୀମିତ ଯାତ୍ରାର ସୁବିଧା ମିଳୁଥିଲା। ହେଲେ ବର୍ତ୍ତମାନ ଏଥିରେ ୯୦ଟି ଟ୍ରିପ୍‌ର ସୁବିଧା ରହିଛି। ସାଧାରଣ ପାସ୍‌ରେ ମଧ୍ୟ ଟ୍ରିପ୍‌ ସଂଖ୍ୟା କମ୍‌ ରହିଛି। ଫଳରେ ଯାତ୍ରୀମାନେ ଏକ୍ସରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ତେବେ ଏନେଇ କ୍ରୁଟ୍‌ର ମହାପ୍ରବନ୍ଧକ(ଅପରେସନ୍‌)ଙ୍କ କହିବା ଅନୁଯାୟୀ ଖୋର୍ଦ୍ଧାର ଚାର୍ଜିଂ ସେଣ୍ଟର ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ବସ୍‌ଷ୍ଟାଣ୍ଡରେ ଚାର୍ଜିଂ ସେଣ୍ଟର ସ୍ଥାପନ କରାଯିବ। ସେହିପରି ପାସ୍‌ ଉଦ୍‌ଘାଟିତ ହେବା ପରେ ଆମେ ଯାତ୍ରୀଙ୍କ ମତାମତର ଅନୁଧ୍ୟାନ କରୁଛୁ ବୋଲି ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe