ପ୍ରାଚୀ ଡିଭିଜନ୍‌ ନିକଟରେ ଡବଲ୍‌ ମର୍ଡର ମାମଲା: ଗ୍ୟାଙ୍ଗଷ୍ଟର୍‌ ଅନୀଲ ସହ ୧୫ ଦୋଷମୁକ୍ତ

Advertisment

୨୦୦୫ ଏପ୍ରିଲ୍‌ ୧୮ରେ ଭୁବନେଶ୍ବର ପ୍ରାଚୀ ଡିଭିଜନ୍‌ କାର୍ଯ୍ୟାଳୟ ନିକଟରେ ଘଟିଥିବା ଡବଲ୍‌ ମର୍ଡର ମାମଲାରେ ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍‌ଙ୍କ ଅଦାଲତ ଯେଉଁ ରାୟ ଦେଇଥିଲେ, ସେଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି।

୨୦୦୫ ଏପ୍ରିଲ୍‌ ୧୮ରେ ଭୁବନେଶ୍ବର ପ୍ରାଚୀ ଡିଭିଜନ୍‌ କାର୍ଯ୍ୟାଳୟ ନିକଟରେ ଘଟିଥିବା ଡବଲ୍‌ ମର୍ଡର ମାମଲାରେ ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍‌ଙ୍କ ଅଦାଲତ ଯେଉଁ ରାୟ ଦେଇଥିଲେ, ସେଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି।

ମାଓବାଦୀଙ୍କୁ ଟଙ୍କା ଦେବା ମାମଲା: ୪ ଜଣଙ୍କ ବିରୋଧରେ ଗିରଫ ପରୱାନା

କଟକ: ୨୦୦୫ ଏପ୍ରିଲ୍‌ ୧୮ରେ ଭୁବନେଶ୍ବର ପ୍ରାଚୀ ଡିଭିଜନ୍‌ କାର୍ଯ୍ୟାଳୟ ନିକଟରେ ଘଟିଥିବା ଡବଲ୍‌ ମର୍ଡର ମାମଲାରେ ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍‌ଙ୍କ ଅଦାଲତ ଯେଉଁ ରାୟ ଦେଇଥିଲେ, ସେଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ୨୦୧୫ ମେ ୨୨ରେ ଭୁବନେଶ୍ବର କୋର୍ଟ ଗ୍ୟାଙ୍ଗ୍‌ଷ୍ଟର୍‌ ଅନୀଲ ଛୋଟରାୟ ଓ ଅନ୍ୟ ୧୫ ଜଣଙ୍କୁ ଦୋଷମୁକ୍ତ କରିଥିଲେ। ଏହି ରାୟ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟକୁ ଯାଇଥିଲେ। ଜଷ୍ଟିସ୍‌ ବି ପି ରାଉତରାୟ ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ‌ଯେ ଅଭି‌ଯୁକ୍ତମାନଙ୍କ ଦୋଷ ପ୍ରମାଣିତ କରିବାରେ ପ୍ରସିକ୍ୟୁସନ୍‌ ବିଫଳ ହୋଇଛି।

ନିମ୍ନ ଅଦାଲତଙ୍କ ରାୟ ହାଇକୋର୍ଟରେ କାଏମ

ମୃତକଙ୍କ ସହିତ ଅଭିଯୁକ୍ତମାନଙ୍କର ପୂର୍ବରୁ ବିବାଦ ଥିବା ବା ଧମକ ମିଳିଥିବା ନେଇ ପୀଡ଼ିତ ପରିବାର ସଦସ୍ୟଙ୍କ ସହିତ ଅନ୍ୟ ସାକ୍ଷୀମାନେ କୋର୍ଟରେ ମନା କରିଥିଲେ। ସେହିଭଳି ମୃତକଙ୍କ ଦେହରୁ ମିଳିଥିବା ଗୁଳି ସହିତ ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ବନ୍ଧୁକର ସଂପର୍କ ଥିବା ନେଇ ବାଲିଷ୍ଟିକ୍ ରିପୋର୍ଟରୁ ଠୋସ୍ ପ୍ରମାଣ ମିଳି ନଥିଲା। ଟିଆଇ ପରେଡ୍‌ରେ ମଧ୍ୟ ତ୍ରୁଟି ଥିବା ଅଭିଯୋଗ ହୋଇଥିଲା ଏବଂ ଜଣେ ସାକ୍ଷୀ ପୁଲିସ ଚାପର ବଶବର୍ତ୍ତୀ ହୋଇଥିଲେ ବୋଲି କୋର୍ଟକୁ ଜଣାଇଥିଲେ। ତେଣୁ ଅତିରିକ୍ତ ଦୌରାଜଜ୍ ଅଦାଲତ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରି ଠିକ ରାୟ ଦେଇଛନ୍ତି ବୋଲି ହାଇକୋର୍ଟ କହିଛନ୍ତି। 

ଘଟଣା ଦିନ ପ୍ରାଚୀ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ସୁବାସ ଚନ୍ଦ୍ର ଦାସ ଓ ଧୀରେନ କୁମାର ସେଠୀଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ସୁବ‌‌ାସଙ୍କ ମୃତଦେହ ‌ଜଳେଶ୍ବର ମନ୍ଦିର ସମ୍ମୁଖରେ ଓ ଧୀରେନଙ୍କ ମୃତଦେହ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ପଡ଼ିଥିଲା। ଟେଣ୍ଡର ପକାଇବାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲା। ପ୍ରଥମେ ନୂଆପଲ୍ଲୀ ଥାନା ଓ ପରେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ଦାୟିତ୍ବ ନେଇଥିଲା। ଗ୍ୟାଙ୍ଗ୍‌ଷ୍ଟର୍‌ ଅନୀଲ ଛୋଟରାୟଙ୍କ ସମେତ ୧୯ଜଣଙ୍କ ବିରୋଧରେ କ୍ରାଇମ୍‌ବ୍ରାଞ୍ଚ୍‌ ଚାର୍ଜସିଟ୍‌ ଦାଖଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe