ଯୌତୁକ ନିର୍ଯାତନା : ମାନବାଧିକାର କମିସନ୍‌ରେ ପୀଡ଼ିତା

Advertisment
ଯୌତୁକ ନିର୍ଯାତନା : ମାନବାଧିକାର କମିସନ୍‌ରେ ପୀଡ଼ିତା

ପୁରୁଣା ଭୁବନେଶ୍ୱର, : କାର୍‌ଗିଲ ବସ୍ତି ଦଳେଇ ସାହିରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଏୟାରପୋର୍ଟ ଥାନାରେ ହୋଇଥିବା ଅଭିଯୋଗକୁ ୧୫ ଦିନରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ପୀଡ଼ିତା ଜଣଙ୍କ ଆଜି ମାନବାଧିକାର କମିସନ୍‌ଙ୍କ ନିକଟରେ ଫେରାଦ ହୋଇଛନ୍ତି।

ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ଥାନା ଅଧୀନ ରାମେଶ୍ୱରପାଟଣାର କେ. ପ୍ରିୟଦର୍ଶିନୀ ପାଣି କାରଗିଲ ବସ୍ତିରେ ବିବାହ କରିଥିଲେ। ଗତ ୩ ତାରିଖରେ ତାଙ୍କ ସ୍ୱାମୀ ଘରେ ନଥିବା ବେଳେ ଶାଶୂ ରଞ୍ଜିତା ପାଣି, ଶ୍ବଶୁର ପଞ୍ଚାନନ ପାଣି ଓ ଦିଅର ରାଜେନ୍ଦ୍ର ପାଣି ବାପଘରୁ ୫୦ହଜାର ଟଙ୍କା ନଆଣିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏ ସଂପର୍କରେ ସେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଆପୋସ ବୁଝାମଣା ପରେ ସ୍ୱାମୀ ତାଙ୍କୁ ଘରକୁ ଫେରାଇ ଆଣିଥିଲେ। ତେବେ ପୁଣିଥରେ ଶାଶୂ, ଶଶୁର ଓ ଦିଅର ମାଡ଼ ମାରିଥିଲେ। ନିର୍ଯାତନା ଅସହ୍ୟ ହେବାରୁ ପ୍ରିୟଦର୍ଶିନୀ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଆଜି ପ୍ରିୟଦର୍ଶିନୀ ମାନବ ଅଧିକାର କମିସନ୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗା‌ଣତାନ୍ତ୍ରିକ ମାନବ ଅଧିକାର ସଂଗଠନର କେନ୍ଦ୍ରୀୟ ସଚିବ ଓ ରାଜ୍ୟ ସମ୍ପାଦିକା ସଂଗୀତା ପଟ୍ଟନାୟକଙ୍କ ସହଯୋଗରେ ପ୍ରିୟଦର୍ଶିନୀ ଏହି ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe