‌ପେଟ ଓ ଲିଭର୍‌ ରୋଗ ଚିକିତ୍ସାରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା. ଆଶୁତୋଷ ମହାପାତ୍ର ସମ୍ବର୍ଦ୍ଧିତ

‌ପେଟ ଓ ଲିଭର୍‌ ରୋଗ ଚିକିତ୍ସାରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା. ଆଶୁତୋଷ ମହାପାତ୍ର ସମ୍ବର୍ଦ୍ଧିତ

ଭୁବନେଶ୍ବର: ଇକୋନୋମିକ୍ସ ଟାଇମ୍ସ ଦ୍ବାରା କୋଲକାତାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର ସ୍ବନାମଧନ୍ୟ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ ଡା. ଆଶୁତୋଷ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପେଟ ଓ ଲିଭର୍‌ ରୋଗ ଚିକିତ୍ସାରେ ଉଲ୍ଲେଖନୀୟ ଅବଦାନ ପାଇଁ କୋଲକାତାରେ ଅବସ୍ଥାପିତ ବ୍ରିଟିସ୍‌ ଡେପୁଟି ହାଇକମିସନର୍‌ ମି. ପିଟର୍‌ କୁକ୍‌ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ସୂଚନା‌‌ଯୋଗ୍ୟ, ଡା. ଆଶୁତୋଷ ମହାପାତ୍ର ହେଉଛନ୍ତି ଭୁବନେଶ୍ବର ସହିଦନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଆଣ୍ଡ୍‌ ଲିଭର୍‌ ସାଇନ୍ସର ପ୍ରତିଷ୍ଠାତା। ଏଠାରେ ଜୁମ୍‌ କଲୋନୋସ୍କୋପ୍‌, ଏଣ୍ଡୋସାଇଟୋସ୍କୋପ୍‌ ଭଳି ଅତ୍ୟାଧୁକ ଉପକରଣ ରହିଛି। ଏହାଦ୍ବାରା ଗ୍ୟାଷ୍ଟ୍ରିକ୍‌ କ୍ୟାନସର୍‌ର ପ୍ରାରମ୍ଭିକ ଅବସ୍ଥାରେ ମଧ୍ୟ ନିରୂପଣ ହୋଇପାରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe